ଟ୍ବେଣ୍ଟି-୨୦ ବିଶ୍ବକପରେ ଆୟର୍ଲାଣ୍ଡକୁ ହରାଇଲା ଭାରତ
ନ୍ୟୁୟର୍କ: ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ବ୍ୟାଟର୍ଙ୍କୁ ଭାରତୀୟ ବୋଲରମାନେ ୯୬ ରନ୍ରେ ଅଲ୍ଆଉଟ୍ କରିଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୯ ତାରିଖରେ ପାକିସ୍ତାନ ସହିତ ଖେଳିବ। ମ୍ୟାଚ୍ରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଧୀମା ପିଚ୍ରୁ […]

ନ୍ୟୁୟର୍କ: ଆୟର୍ଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ବ୍ୟାଟର୍ଙ୍କୁ ଭାରତୀୟ ବୋଲରମାନେ ୯୬ ରନ୍ରେ ଅଲ୍ଆଉଟ୍ କରିଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୯ ତାରିଖରେ ପାକିସ୍ତାନ ସହିତ ଖେଳିବ।
ମ୍ୟାଚ୍ରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଧୀମା ପିଚ୍ରୁ ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ (୨/୩୫), ମହମ୍ମଦ ସିରାଜ (୧/୧୩) ଓ ଯଶପ୍ରୀତ୍ ବୁମ୍ରା (୨/୬)ଙ୍କ ସହିତ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୩/୨୭) ଆୟର୍ଲାଣ୍ଡ୍ର ବ୍ୟାଟର୍ଙ୍କୁ ଧୂଳି ଚଟାଇଥିଲେ। ୧୪ ବଲ୍ରୁ ୨ଟି ଲେଖାଏଁ ଚୌକା, ଛକା ସହାୟତାରେ ଡେଲାନି ଦଳ ପାଇଁ ସର୍ବାଧିକ ୨୬ ରନ୍ କରିଥିଲା ବେଳେ ଷୋଡ଼ଶ ଓଭରର ଶେଷ ବଲ୍ରେ ଷ୍ଟ୍ରାଇକ୍କୁ ଯିବା ପାଇଁ ତରବରିଆ ହେବାରୁ ରନ୍ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍ରେ ଅକ୍ଷର ପଟେଲ୍ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ୫୦ ୱିକେଟ୍ ପୂରଣ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ କୋହଲି ମାତ୍ର ୧ ରନ୍ରେ ସେ ଆଉଟ୍ ହେବାରୁ ରୋହିତ-ପନ୍ତ୍ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ଉଭୟଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ରେ ୪୪ ବଲ୍ରୁ ୫୪* ରନ୍ ଭାଗୀଦାରି ହୋଇଥିଲା। କିନ୍ତୁ ଦଳ ବିଜୟଠୁ ଆଉ ୨୧ ରନ୍ ଦୂରରେ ଥିବା ବେଳେ ରୋହିତଙ୍କ କାନ୍ଧରେ ଯନ୍ତ୍ରଣା ହେବାରୁ ସେ ରିଟାୟର୍ଡ ହର୍ଟ ହୋଇଥିଲେ। ଦେଢ଼ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିବା ପନ୍ତ୍ କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳି ଭାରତକୁ ଜିତାଇଥିଲେ।