ଟ୍ରକ କୁ ଧକ୍କା ଦେଇ ବାଇକ ଆରୋହୀ ମୃତ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ।
କଳାହାଣ୍ଡି,୩୧/୦୭ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଜୁନାଗଡ଼ ବ୍ଲକ କାଲୋପଳା ନିକଟରେ ଅଘଟଣ। ବୁଧବାର ବିଳମ୍ବିତ ରାତ୍ରିରେ ଟ୍ରକ କୁ ଧକ୍କା ଦେଇ ବାଇକ ଆରୋହୀ ମୃତ ହୋଇଛି। ମୃତ ବାଇକ ଆରୋହୀ ଜଣକ ହେଲେ ଜୁନାଗଡ଼ ବ୍ଲକ ମହିଚଲା ଗାଁ ର ବାସୁଦେବ ବେମାଲ ଙ୍କ ପୁଅ କାର୍ତ୍ତୀକେଶ୍ୱର ବେମାଲ (୩୦) ବୋଲି ଜଣା ପଡିଛି। ସେ ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ରହିଥିବା ବେଳେ କୋକସରା ବ୍ଲକ ଗଡ଼ରାମାଳ ରୁ କାର୍ଯ୍ୟ ସାରି ନିଜ […] The post ଟ୍ରକ କୁ ଧକ୍କା ଦେଇ ବାଇକ ଆରୋହୀ ମୃତ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ। appeared first on Odisha.News.

କଳାହାଣ୍ଡି,୩୧/୦୭
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଜୁନାଗଡ଼ ବ୍ଲକ କାଲୋପଳା ନିକଟରେ ଅଘଟଣ। ବୁଧବାର ବିଳମ୍ବିତ ରାତ୍ରିରେ ଟ୍ରକ କୁ ଧକ୍କା ଦେଇ ବାଇକ ଆରୋହୀ ମୃତ ହୋଇଛି। ମୃତ ବାଇକ ଆରୋହୀ ଜଣକ ହେଲେ ଜୁନାଗଡ଼ ବ୍ଲକ ମହିଚଲା ଗାଁ ର ବାସୁଦେବ ବେମାଲ ଙ୍କ ପୁଅ କାର୍ତ୍ତୀକେଶ୍ୱର ବେମାଲ (୩୦) ବୋଲି ଜଣା ପଡିଛି। ସେ ବିଦ୍ୟୁତ ବିଭାଗ ରେ କାର୍ଯ୍ୟରତ ରହିଥିବା ବେଳେ କୋକସରା ବ୍ଲକ ଗଡ଼ରାମାଳ ରୁ କାର୍ଯ୍ୟ ସାରି ନିଜ ଗାଁ କୁ ଯାଉଥିବା ବେଳେ ଅଘଟଣ ଘଟିଛି। ସୂଚନା ଥାଉ କି ଡବ୍ଲୁଵି ୩୩ ଏଫ ୪୦୫୮ ନମ୍ବର ବିଶିଷ୍ଟ ଏକ ଟ୍ରକ କାଲୋପଳା ନିକଟରେ ସାର ଅନଲୋଡ଼ କରୁଥିବା ବେଳେ ବାଇକ ବାଇକ ଆରୋହୀ ଟ୍ରକ ସହିତ ପିଟି ହୋଇଥିଲା। ଘଟଣା ସ୍ଥଳରେ ହିଁ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିଲା। ଶବ ରଖି ପରିବାର ଲୋକେ ଜୁନାଗଡ଼ ଜୟପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଧର୍ମଗଡ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ବୁଝାସୁଝା କରୁଥିବା ସୂଚନା ମିଳିଛି।
The post ଟ୍ରକ କୁ ଧକ୍କା ଦେଇ ବାଇକ ଆରୋହୀ ମୃତ,କ୍ଷତିପୂରଣ ଦାବି ରେ ରାସ୍ତା ଅବରୋଧ। appeared first on Odisha.News.