ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ୫ ଜଣ ଗୁରୁତର ଆହତ
ନନ୍ଦିଘୋଷ ବ୍ୟୁରୋ : ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ। ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ଘରୋଇ ବସ... The post ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ୫ ଜଣ ଗୁରୁତର ଆହତ appeared first on .
ନନ୍ଦିଘୋଷ ବ୍ୟୁରୋ : ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ। ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ଘରୋଇ ବସ କଳାହାଣ୍ଡି କୋକସରା ଥାନା ଅନ୍ତର୍ଗତ ଚାରବାହଲ ନିକଟରେ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ପିଟିଲା ବସ। ଦୁର୍ଘଟଣାରେ ବସର ଆଗ ପଟ ଚୁରମାର ହୋଇଥିବା ବେଳେ ବସରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। କିଛି ସ୍ଥାନୀୟ ଲୋକ ଓ କୋକସରା ଦମକଳବାହିନୀ ଆସି ଫସି ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି।ଅନ୍ୟ ୫ ଜଣ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ଜଣକ ନବରଙ୍ଗପୁର ଜିଲ୍ଲାର ବିନୋଦ ବେହେରା ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
The post ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ୫ ଜଣ ଗୁରୁତର ଆହତ appeared first on .