ମୋଦି ସରକାର 3.0 : ରବିବାର ଶପଥ ନେବେ ୩୦ ମନ୍ତ୍ରୀ !
ନୂଆଦିଲ୍ଲୀ ୦୯।୦୬ : ରବିବାରଠୁ ଆରମ୍ଭ ହେବ ଦେଶରେ ନୂଆ ସରକାର । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହାସହିତ କେତେ ଜଣେ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ମିଳିଥିବା ତଥ୍ୟ ଅନୁସାରେ ମୋଦି ୩.୦ ସରକାରରେ ମୋଟ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ତେବେ କାହାକୁ କେଉଁ ବିଭାଗ ମିଳିବ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଖବର ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୪୦ ସିଟ୍ ହାତେଇଛି । ବହୁମତ ଠାରୁ ୩୨ ଆସନରୁ ଦୂରରେ ରହିଥିବା ବିଜେପି କିନ୍ତୁ ମେଣ୍ଟ ହିସାବରେ ବହୁମତ ହାସଲ କରିଛି । ଏନ୍ଡିଏ ମେଣ୍ଟ ୨୦୨୪ ନିର୍ବାଚନରେ ମୋଟ ୨୯୨ ଆସନ ହାତେଇଛି। ଆଉ ସରକାର ଗଠନ ପାଇଁ ନିଜ ଦାବି ବି ଉପସ୍ଥାପନ କରିଛି । ଲଗାତର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ବେଳେ ତୃତୀୟ ଥର ପାଇଁ ବି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ । ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଶେଷ
ନୂଆଦିଲ୍ଲୀ ୦୯।୦୬ : ରବିବାରଠୁ ଆରମ୍ଭ ହେବ ଦେଶରେ ନୂଆ ସରକାର । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହାସହିତ କେତେ ଜଣେ କ୍ୟାବିନେଟ ଏବଂ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ । ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ମିଳିଥିବା ତଥ୍ୟ ଅନୁସାରେ ମୋଦି ୩.୦ ସରକାରରେ ମୋଟ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ତେବେ କାହାକୁ କେଉଁ ବିଭାଗ ମିଳିବ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଖବର ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୨୪୦ ସିଟ୍ ହାତେଇଛି । ବହୁମତ ଠାରୁ ୩୨ ଆସନରୁ ଦୂରରେ ରହିଥିବା ବିଜେପି କିନ୍ତୁ ମେଣ୍ଟ ହିସାବରେ ବହୁମତ ହାସଲ କରିଛି । ଏନ୍ଡିଏ ମେଣ୍ଟ ୨୦୨୪ ନିର୍ବାଚନରେ ମୋଟ ୨୯୨ ଆସନ ହାତେଇଛି। ଆଉ ସରକାର ଗଠନ ପାଇଁ ନିଜ ଦାବି ବି ଉପସ୍ଥାପନ କରିଛି । ଲଗାତର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ବେଳେ ତୃତୀୟ ଥର ପାଇଁ ବି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି ।
ତେବେ ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯିବ । ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ପିଏମ୍ଓରୁ ଫୋନ୍ କଲ୍ ଯାଉଛି।
ଫୋନ୍ କଲ୍ ଯାଇଥିବା ଏନ୍ଡିଏ ନେତାମାନଙ୍କ ମଧ୍ୟରେ ନୀତିନ ଗଡ଼କରୀ, ଅମିତ ଶାହ, ପୀୟୂଷ ଗୋଏଲ୍,ରାଜନାଥ ସିଂ, ମନୋହରଲାଲ ଖଟ୍ଟର, ଜୁଏଲ୍ ଓରାମ୍, ଜୋତିରାଦିତ୍ୟ ସିନ୍ଧିୟା, ଶିବରାଜ ସିଂହ ଚୌହ୍ୱାନ, ସର୍ବାନନ୍ଦ ସୋନଓ୍ୱାଲା, ,ରାମନାଥ ଠାକୁର, ନୀତିନ ଗଡ଼କରି, ଚିରାଗ ପାଶୱନ, ଜୟନ୍ତ ଚୌଧୁରୀ, ଲଲନ ସିଂ, ଅର୍ଜୁନ ରାମ ମେଘୱାଲ,ଅନୁୟିୟା ପଟେଲ, ଏଚ୍. ଡି କୁମାର ସ୍ବାମୀ, ମୋହନ ନାଇଡୁ, ପି ଚନ୍ଦ୍ରଶୋଖର ପିନାସ୍ବାମୀ, ପ୍ରତାପରାଓ୍ବ ଯାଦବ ରହିଛନ୍ତି।