ସାରା ରାଜ୍ୟରେ ପାରଦ ଉପରମୁହାଁ, ୧୧.୩୦ ସୁଦ୍ଧା ରାଜଧାନୀରେ ତାପମାତ୍ରା ୩୬
ଭୁବନେଶ୍ୱର ୨୯/୦୩: ସାରା ରାଜ୍ୟରେ ପାରଦ ଉପରମୁହାଁ । ଅସହ୍ୟ ତାତି ଓ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୧ଟା ୩୦ ସୁଦ୍ଧା କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି । ଶୁକ୍ରବାର ଓ ଶନିବାର ପ୍ରଚଣ୍ଡ ତାତି, ଦିନ ଓ ରାତି ତାପମାତ୍ରା ୨ ଡିଗ୍ରୀ ବଢିବସେହିଭଳି କେନ୍ଦୁଝରରେ ୩୬°C, ଝାରସୁଗୁଡାରେ ୩୫.୪°C, ସମ୍ବଲପୁରରେ ୩୫.୨ °C, ହୀରାକୁଦରେ ୩୪.୬ °C, ବାଲେଶ୍ୱରରେ ୩୪.୨ °C , ରାଉରକେଲାରେ ୩୩.୪ °C, ପୁରୀରେ ୩୨.୪°C, ପାରାଦୀପରେ ୩୧.୪ °C ଓ ଗୋପାଳ ପୁରରେ ୩୦.୮°C ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଦିନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିଯିବ । ରାଜ୍ୟକୁ ସାମୁଦ୍ରିକ ପବନ ବହିବା ଦୁର୍ବଳ ହୋଇଥିବାରୁ ତାତି କ୍ରମଶଃ ବଢ଼ୁଛି । ପଶ୍ଚିମ ଓଡ଼ିଶାରେ ସାମୁଦ୍ରିକ ପବନ ପହଞ୍ଚି ପାରୁନଥିବାରୁ ଏବେଠାରୁ ତାତି ଅସମ୍ଭାଳ ହେଲାଣି । ରାତି ତାପମାତ୍ରା ବି ୩ଡିଗ୍ରୀ ଯାଏ ବଢ଼ିପାରେ ବୋଲି ଆକଳନ କରାଯାଇଛି । ୨୯, ୩୦ ଓ ୩୧ ତାରିଖ ତିନି ଦିନ କାଳବୈଶାଖୀ ପ୍ରଭାବରେ ରାଜ୍ୟର
ଭୁବନେଶ୍ୱର ୨୯/୦୩: ସାରା ରାଜ୍ୟରେ ପାରଦ ଉପରମୁହାଁ । ଅସହ୍ୟ ତାତି ଓ ଗରମରେ ଅସ୍ତବ୍ୟସ୍ତ ଜନଜୀବନ । ଦିନ ୧୧ଟା ୩୦ ସୁଦ୍ଧା କେଉଁଠି କେତେ ତାପମାତ୍ରା ରେକର୍ଡ ହୋଇଛି । ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଚାନ୍ଦବାଲିରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।
ଶୁକ୍ରବାର ଓ ଶନିବାର ପ୍ରଚଣ୍ଡ ତାତି, ଦିନ ଓ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ
ସେହିଭଳି କେନ୍ଦୁଝରରେ ୩୬°C, ଝାରସୁଗୁଡାରେ ୩୫.୪°C, ସମ୍ବଲପୁରରେ ୩୫.୨ °C, ହୀରାକୁଦରେ ୩୪.୬ °C, ବାଲେଶ୍ୱରରେ ୩୪.୨ °C , ରାଉରକେଲାରେ ୩୩.୪ °C, ପୁରୀରେ ୩୨.୪°C, ପାରାଦୀପରେ ୩୧.୪ °C ଓ ଗୋପାଳ ପୁରରେ ୩୦.୮°C ରେକର୍ଡ ହୋଇଛି ।
ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ଦୁଇ ଦିନ ଦିନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିଯିବ । ରାଜ୍ୟକୁ ସାମୁଦ୍ରିକ ପବନ ବହିବା ଦୁର୍ବଳ ହୋଇଥିବାରୁ ତାତି କ୍ରମଶଃ ବଢ଼ୁଛି ।
ପଶ୍ଚିମ ଓଡ଼ିଶାରେ ସାମୁଦ୍ରିକ ପବନ ପହଞ୍ଚି ପାରୁନଥିବାରୁ ଏବେଠାରୁ ତାତି ଅସମ୍ଭାଳ ହେଲାଣି । ରାତି ତାପମାତ୍ରା ବି ୩ଡିଗ୍ରୀ ଯାଏ ବଢ଼ିପାରେ ବୋଲି ଆକଳନ କରାଯାଇଛି । ୨୯, ୩୦ ଓ ୩୧ ତାରିଖ ତିନି ଦିନ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।