ମାହାଙ୍ଗା ବିଧାୟକ ସାରଦାଙ୍କୁ ବିଜେଡି ଅଧ୍ୟକ୍ଷାଙ୍କ ଜବାବ, କହିଲେ- ଦୁର୍ନୀତି ହୋଇଛି ହେଲେ ତଦନ୍ତ କରାନ୍ତୁ

ମାହାଙ୍ଗା: ବିଧାନସଭା ଗୃହରେ ମାହାଙ୍ଗା ବ୍ଲକରେ ବସିଥିବା ଜନପ୍ରତିନିଧିଙ୍କ ଧାରଣା ପ୍ରସଙ୍ଗରେ ବିଜେପି ବିଧାୟକ ଶାରଦା ପ୍ରଧାନଙ୍କ ମନ୍ତବ୍ୟକୁ ଟାର୍ଗେଟ୍ କଲେ ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ l ସେ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଯଦି ବିଗତ ଦିନରେ ମାହାଙ୍ଗାରେ ଦୁର୍ନୀତି ହୋଇଛି କି ମିଥ୍ୟା ବିଲ୍ ହୋଇଛି ବୋଲି  ବିଧାୟକ କହୁଛନ୍ତି ତାହାଲେ ସରକାରୀ ସ୍ତରରେ ତଦନ୍ତ କରନ୍ତୁ।ବିଧାୟକ ଶାରଦା ପ୍ରଧାନ ଙ୍କ ଏଭଳି ଟିପ୍ପଣୀ ପରେ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷା ସହ ମାହାଙ୍ଗା ବିଜେଡ଼ିର କୋର୍ କମିଟି ମେମ୍ବର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଧାୟକ ଶାରଦା ପ୍ରଧାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଅଧ୍ୟକ୍ଷା କହିଛନ୍ତି ଯେ, ଯଦି ମାହାଙ୍ଗାରେ ଦୁର୍ନୀତି ହୋଇଛି ତଦନ୍ତ କରାନ୍ତୁ। ଆପଣ ଜଣେ ବିଧାୟକ। ଆପଣଙ୍କ ଦଳ ସରକାରରେ ଅଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଆମେ ଆପଣଙ୍କୁ ସମର୍ଥନ କରିବୁ। ସୂଚନାଯୋଗ୍ୟ, ନିର୍ବାଚନର ୮ ମାସ ପରେ ମାହାଙ୍ଗା ବ୍ଲକରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ, କି ନିର୍ବାଚନ ପୂର୍ବରୁ ହୋଇଥିବା କାମର ବିଲ୍ ହେଉନାହିଁ। ଏଣୁ ଏହାକୁ ଆଧାର କରି ମାହାଙ୍ଗା ବ୍ଲକରେ ୩୭ ପଞ୍ଚାୟତର ଜନ ପ୍ରତିନିଧିମାନେ ଧାରଣାରେ ବସିଥିଲେ। ଧାରଣାସ୍ଥଳରେ ବିଜେଡ଼ିର ୬ ଜଣିଆ  ଟିମ୍ ମଧ୍ୟ ଆସିଥିଲେ। ଶେଷରେ ପିଡି କହିଥିଲେ କି ୧୫ ଦିନ ଭିତରେ ଦାବି ପୂରଣ ହେବ। ଏହି ପ୍ରସଙ୍ଗ ବି

ମାହାଙ୍ଗା  ବିଧାୟକ ସାରଦାଙ୍କୁ ବିଜେଡି ଅଧ୍ୟକ୍ଷାଙ୍କ ଜବାବ, କହିଲେ- ଦୁର୍ନୀତି ହୋଇଛି ହେଲେ ତଦନ୍ତ କରାନ୍ତୁ

ମାହାଙ୍ଗା: ବିଧାନସଭା ଗୃହରେ ମାହାଙ୍ଗା ବ୍ଲକରେ ବସିଥିବା ଜନପ୍ରତିନିଧିଙ୍କ ଧାରଣା ପ୍ରସଙ୍ଗରେ ବିଜେପି ବିଧାୟକ ଶାରଦା ପ୍ରଧାନଙ୍କ ମନ୍ତବ୍ୟକୁ ଟାର୍ଗେଟ୍ କଲେ ମାହାଙ୍ଗା ବ୍ଲକ ଅଧକ୍ଷା ଦୀପା ମଲ୍ଲିକ l ସେ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଯଦି ବିଗତ ଦିନରେ ମାହାଙ୍ଗାରେ ଦୁର୍ନୀତି ହୋଇଛି କି ମିଥ୍ୟା ବିଲ୍ ହୋଇଛି ବୋଲି  ବିଧାୟକ କହୁଛନ୍ତି ତାହାଲେ ସରକାରୀ ସ୍ତରରେ ତଦନ୍ତ କରନ୍ତୁ।

ବିଧାୟକ ଶାରଦା ପ୍ରଧାନ ଙ୍କ ଏଭଳି ଟିପ୍ପଣୀ ପରେ ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷା ସହ ମାହାଙ୍ଗା ବିଜେଡ଼ିର କୋର୍ କମିଟି ମେମ୍ବର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଧାୟକ ଶାରଦା ପ୍ରଧାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଅଧ୍ୟକ୍ଷା କହିଛନ୍ତି ଯେ, ଯଦି ମାହାଙ୍ଗାରେ ଦୁର୍ନୀତି ହୋଇଛି ତଦନ୍ତ କରାନ୍ତୁ। ଆପଣ ଜଣେ ବିଧାୟକ। ଆପଣଙ୍କ ଦଳ ସରକାରରେ ଅଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଆମେ ଆପଣଙ୍କୁ ସମର୍ଥନ କରିବୁ। 

ସୂଚନାଯୋଗ୍ୟ, ନିର୍ବାଚନର ୮ ମାସ ପରେ ମାହାଙ୍ଗା ବ୍ଲକରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉନାହିଁ, କି ନିର୍ବାଚନ ପୂର୍ବରୁ ହୋଇଥିବା କାମର ବିଲ୍ ହେଉନାହିଁ। ଏଣୁ ଏହାକୁ ଆଧାର କରି ମାହାଙ୍ଗା ବ୍ଲକରେ ୩୭ ପଞ୍ଚାୟତର ଜନ ପ୍ରତିନିଧିମାନେ ଧାରଣାରେ ବସିଥିଲେ। ଧାରଣାସ୍ଥଳରେ ବିଜେଡ଼ିର ୬ ଜଣିଆ  ଟିମ୍ ମଧ୍ୟ ଆସିଥିଲେ। ଶେଷରେ ପିଡି କହିଥିଲେ କି ୧୫ ଦିନ ଭିତରେ ଦାବି ପୂରଣ ହେବ। ଏହି ପ୍ରସଙ୍ଗ ବିଧାନସଭାରେ ବିଧାୟକ ଅରୁଣ ସାହୁ ଏକ ରୁଲିଂ ଆଣିଥିଲେ।

କିନ୍ତୁ ଏହାର ଜବାବରେ ବିଧାନସଭାରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ସିଧାସଳଖ ନୟାଗଡ଼ ବିଧାୟକ ଅରୁଣ ସାହୁ ଙ୍କୁ ଟାର୍ଗେଟ କରି କହିଥିଲେ କି ବିଗତ ଦିନରେ ମାହାଙ୍ଗାରେ ବହୁତ ଦୁର୍ନୀତି ହୋଇଛି।  ମିଥ୍ୟା ବିଲ୍ କରାଯାଇଛି।ଏହାର ତଦନ୍ତ କରାଯାଉ।