ଟ୍ରକ୍ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ…
ମୁମ୍ବାଇ: ଟେଲି ଧାରାବାହିକ ‘ଧର୍ତିପୁତ୍ର ନନ୍ଦିନୀ’ ଫେମ୍ ଅଭିନେତା ଅମନ୍ ଜୈସଓ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ବାଇକ୍ ଯୋଗେ ଶୁଟିଂକୁ ଯାଉଥିଲେ। ମୁମ୍ବାଇର ଜାଗେଶ୍ୱରୀ ହାଇଓ୍ବେରେ ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ୨୫-୩୦ ମିନିଟ୍ରେ ତାଙ୍କ ମୃତ୍ୟୁ ଘଟିଥିଲା। ଅମନ୍ଙ୍କ ଘର ୟୁପିରେ ହୋଇଥିବା ବେଳେ ସେ ଅଭିନେତା ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ। ନିଜର ପରିଶ୍ରମ ବଳରେ ସେ ସଫଳତାର ଶିଢ଼ି ଚଢ଼ିବା ଆରମ୍ଭ କରିଥିଲେ। ହେଲେ ମାତ୍ର […] The post ଟ୍ରକ୍ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ… appeared first on Dharitri Odia News.
ମୁମ୍ବାଇ: ଟେଲି ଧାରାବାହିକ ‘ଧର୍ତିପୁତ୍ର ନନ୍ଦିନୀ’ ଫେମ୍ ଅଭିନେତା ଅମନ୍ ଜୈସଓ୍ବାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ବାଇକ୍ ଯୋଗେ ଶୁଟିଂକୁ ଯାଉଥିଲେ। ମୁମ୍ବାଇର ଜାଗେଶ୍ୱରୀ ହାଇଓ୍ବେରେ ଟ୍ରକ୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ୨୫-୩୦ ମିନିଟ୍ରେ ତାଙ୍କ ମୃତ୍ୟୁ ଘଟିଥିଲା।
ଅମନ୍ଙ୍କ ଘର ୟୁପିରେ ହୋଇଥିବା ବେଳେ ସେ ଅଭିନେତା ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ। ନିଜର ପରିଶ୍ରମ ବଳରେ ସେ ସଫଳତାର ଶିଢ଼ି ଚଢ଼ିବା ଆରମ୍ଭ କରିଥିଲେ। ହେଲେ ମାତ୍ର ୨୩ ବର୍ଷରେ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି। ୨୦୨୩ରେ ନଜାରା ଟିଭିରେ ‘ଧର୍ତିପୁତ୍ର ନନ୍ଦିନୀ’ ଶୋ’ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ସେ ‘ଉଡାରିଆ ’ ଏବଂ ପୁଣ୍ୟାଶ୍ଳୋକ ଅହିଲ୍ୟାବାଇ’ ଭଳି ଟେଲି ଧାରାବାହିକରେ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଆଜି ସେ ଅଡିଶନ୍ ଲାଗି ହେଉଥିବା ସ୍କ୍ରିନ୍ ଟେଷ୍ଟ ପାଇଁ ଶୁଟିଂ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।
The post ଟ୍ରକ୍ ଧକ୍କାରେ ଚାଲିଗଲା ଅଭିନେତାଙ୍କ ଜୀବନ, ଶୁଟିଂ ପାଇଁ ଯାଉଥିଲେ… appeared first on Dharitri Odia News.