ଟ୍ରକ୍‌ ଧକ୍କାରେ ୩ ଗାଈ ସହ ୧୮ ମେଣ୍ଢାଙ୍କର ଗଲା ଜୀବନ: ଘଟଣାସ୍ଥଳରେ ଉତ୍ତେଜନା

ବଇଣ୍ଡା,୨୮ା୩(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୁଇଁ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏକ ଟ୍ରକ୍‌ ଧକ୍କାରେ ରାଣୀଭୁଇଁ ଗ୍ରାମର ସୁରେଶ ସାହୁଙ୍କର ୩ଟି ଗାଈ ସହ ୧୮ଟି ମେଣ୍ଡାର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ରାଣୀଭୁଇଁ ନିକଟରେ ଉତ୍ତେଜନା ଦେଖାଯାଇଥିବା ବେଳେ ପୋଲିସ ଓ ସାଧାରଣ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପିଛା କରି ଧରିଥିଲେ। ପରେ ଦୁର୍ଘଟଣା ଘଟେଇ ଥିବା ଟ୍ରକ୍‌କୁ ହଣ୍ଡପା ପୋଲିସ ଜବତ […] The post ଟ୍ରକ୍‌ ଧକ୍କାରେ ୩ ଗାଈ ସହ ୧୮ ମେଣ୍ଢାଙ୍କର ଗଲା ଜୀବନ: ଘଟଣାସ୍ଥଳରେ ଉତ୍ତେଜନା appeared first on Dharitri Odia News.

ଟ୍ରକ୍‌ ଧକ୍କାରେ ୩ ଗାଈ ସହ ୧୮ ମେଣ୍ଢାଙ୍କର ଗଲା ଜୀବନ: ଘଟଣାସ୍ଥଳରେ ଉତ୍ତେଜନା

ବଇଣ୍ଡା,୨୮ା୩(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୁଇଁ ନିକଟରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏକ ଟ୍ରକ୍‌ ଧକ୍କାରେ ରାଣୀଭୁଇଁ ଗ୍ରାମର ସୁରେଶ ସାହୁଙ୍କର ୩ଟି ଗାଈ ସହ ୧୮ଟି ମେଣ୍ଡାର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ରାଣୀଭୁଇଁ ନିକଟରେ ଉତ୍ତେଜନା ଦେଖାଯାଇଥିବା ବେଳେ ପୋଲିସ ଓ ସାଧାରଣ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପିଛା କରି ଧରିଥିଲେ। ପରେ ଦୁର୍ଘଟଣା ଘଟେଇ ଥିବା ଟ୍ରକ୍‌କୁ ହଣ୍ଡପା ପୋଲିସ ଜବତ କରିଥିବା ବେଳେ ଚାଳକକୁ ଅଟକ ରଖିଛି।

ଘଟଣାରୁ ଜଣାପଡ଼ିଛି ଯେ, ୫୫ ନମ୍ବର ଜାତୀୟ ରାଜପଥ ପାର୍‌ ହେଉଥିବା ବେଳେ ଅନୁଗୋଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ନମ୍ବର( ଓଡି ୨୧ ଏଫ ୧୯୯୬ )ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଟି ଗାଈ ସହ ୧୮ ଟି ମେଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବାବେଳେ ବେପରୁଆ ଭାବରେ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଏହି ଦୁର୍ଘଟଣାରୁ ଅଳ୍ପକେ ଏକ ବାଇକ୍‌ ଆରୋହୀ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା ଘରେଇ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ପିଛା କରି ଟ୍ରକ୍‌କୁ ଧରିଥିଲେ।

The post ଟ୍ରକ୍‌ ଧକ୍କାରେ ୩ ଗାଈ ସହ ୧୮ ମେଣ୍ଢାଙ୍କର ଗଲା ଜୀବନ: ଘଟଣାସ୍ଥଳରେ ଉତ୍ତେଜନା appeared first on Dharitri Odia News.