ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଟ୍ରକ୍ ସହ ମୋଟରସାଇକେଲ ଧକ୍କା । ଫଳରେ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ତୁମୁଡ଼ିବନ୍ଧ ଥାନା ଝରିଆପଦା ଅଞ୍ଚଳର ମଞ୍ଜ ପ୍ରଧାନୀ ହୋଇଥିବା ସୂଚନା ମିଳିଛି । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତ ଟ୍ରକ […] The post ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ appeared first on Odisha.News.

ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଟ୍ରକ୍ ସହ ମୋଟରସାଇକେଲ ଧକ୍କା । ଫଳରେ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ତୁମୁଡ଼ିବନ୍ଧ ଥାନା ଝରିଆପଦା ଅଞ୍ଚଳର ମଞ୍ଜ ପ୍ରଧାନୀ ହୋଇଥିବା ସୂଚନା ମିଳିଛି । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଁଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତ ଟ୍ରକ ଓ ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମୃତକ ଜଣକ ବାଲିଗୁଡ଼ା ପଟୁ ତୁମୁଡ଼ିବନ୍ଧ ଅଭିମୁଖେ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକକୁ ଧକ୍କା ଦେବାପରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ସହ ଧକ୍କା ହୋଇ ଗୁରୁତର ଆହାତ ହୋଇ ପଡ଼ିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବାପରେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ମୋଟରସାଇକେଲ ଚାଳକକୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ।

The post ଟ୍ରକ୍ ସହ ମୋଟରସାଇକେଲ ଧକ୍କା, ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ appeared first on Odisha.News.