ସରସ୍ବତୀ ଶିଶୁ ମନ୍ଦିରରେ ମେଗା ରକ୍ତଦାନ ଶିବିର, ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗ୍ରହ

ଚିପିଲିମା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଧନକୌଡା ଖଣ୍ଡ ପକ୍ଷରୁ ସମ୍ବଲପୁର ଧନକୌଡା ବ୍ଲକ ଗୋବିନ୍ଦପାଲି ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ ହୋଇଥିବାବେଳେ,ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗୃହିତ ହୋଇଛି l ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ଶିବିର ର ଉଦଘାଟନ କରିଥିବାବେଳେ, ଅନ୍ୟାନ୍ୟ ଅତିଥି ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ,କେନ୍ଦ୍ରୀୟ ଗୋ […] The post ସରସ୍ବତୀ ଶିଶୁ ମନ୍ଦିରରେ ମେଗା ରକ୍ତଦାନ ଶିବିର, ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗ୍ରହ appeared first on Odisha.News.

ସରସ୍ବତୀ ଶିଶୁ ମନ୍ଦିରରେ ମେଗା ରକ୍ତଦାନ ଶିବିର, ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗ୍ରହ

ଚିପିଲିମା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଧନକୌଡା ଖଣ୍ଡ ପକ୍ଷରୁ ସମ୍ବଲପୁର ଧନକୌଡା ବ୍ଲକ ଗୋବିନ୍ଦପାଲି ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ ହୋଇଥିବାବେଳେ,ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗୃହିତ ହୋଇଛି l ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ଶିବିର ର ଉଦଘାଟନ କରିଥିବାବେଳେ, ଅନ୍ୟାନ୍ୟ ଅତିଥି ମଧ୍ୟରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ,କେନ୍ଦ୍ରୀୟ ଗୋ ପ୍ରଜନନ ଫାର୍ମ ଚିପିଲିମା ନିର୍ଦ୍ଧେଶକ ସାରଦା ପ୍ରସନ୍ନ ସାହୁ, ଚିପିଲିମା କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ଡିନ ପ୍ରଫେସର କୈଳାଶଚନ୍ଦ୍ର ସାମଲ,ଏଗ୍ରୋ ଟେକ ପ୍ରିନ୍ସିପାଲ ମାନସ ରଞ୍ଜନ ସାମଲ ପ୍ରମୁଖ ଯୋଗଦାନ କରି ଉତ୍ସାହ ପ୍ରଦାନ କରିଥିଲେ l ଆୟୋଜିତ ରକ୍ତଦାନ ଶିବିର ରେ ଭୀମସାର ବୁର୍ଲା ମେଡିକାଲ ର ଟେକ୍ନିକାଲ ଷ୍ଟାଫ ଆସି ରକ୍ତ ସଂଗ୍ରହ କରିଥିବା ବେଳେ, ବିଭିନ୍ନ ବର୍ଗର ୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା lସ୍ଥାନୀୟ ସମସ୍ତ ବିଶ୍ୱ ହିନ୍ଦୁ ପରିଷଦ ର ସଦସ୍ୟମାନେ ସହଯୋଗ କରିଥିଲେ l କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କ ଗ୍ରସ୍ତରେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗଣମାଧ୍ୟମ ରେ କହିଥିଲେ ଯେ ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେବାକୁ ସେ ଆସିଥିବାବେଳେ, ଏ ଅଞ୍ଚଳରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଲୋକେ ବହୁ ସମ୍ମାନ ଦେଉଥିବାବେଳେ, ତାଙ୍କୁ ମଧ୍ୟ ଲୋକେ ସମ୍ନାନ ଦେଉଛନ୍ତି ,ତେଣୁ ଏଥର ଓଡ଼ିଶାରେ ନିଶ୍ଚିତ ଡବଲ ଇଂଜିନ ସରକାର ହେବ କହିଥିଲେ l

The post ସରସ୍ବତୀ ଶିଶୁ ମନ୍ଦିରରେ ମେଗା ରକ୍ତଦାନ ଶିବିର, ବିଭିନ୍ନ ବର୍ଗର ୬୪ୟୁନିଟ ରକ୍ତ ସଂଗ୍ରହ appeared first on Odisha.News.