ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍’
ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ […] The post ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍’ appeared first on Dharitri Odia News.
ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କୁ ଏକ ଖୁସି ଖବର ଦେଇଛନ୍ତି।
ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି, ତେବେ ସେ ମସ୍କଙ୍କ ଅଧ୍ୟକ୍ଷତାରେ ଏକ ସରକାରୀ ଦକ୍ଷତା ଆୟୋଗ ଗଠନ କରିବେ।
ଏଲୋନ ମସ୍କଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ସେ ମୋତେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ସେ ଜଣେ ଭଲ ଏବଂ ସ୍ମାର୍ଟ ବ୍ୟକ୍ତି। ସେ କ’ଣ କରିବେ ଜାଣନ୍ତି। ଯଦି ଏଲୋନ ମସ୍କଙ୍କ ପାଖରେ ସମୟ ଅଛି, ତେବେ ସେ ଏହି କାମକୁ ଭଲ କରିବା ଉଚିତ୍।
ଟ୍ରମ୍ପ ଦାବି କରିଛନ୍ତି ଯେ ଏଲୋନ ମସ୍କ ଏହି ଆୟୋଗର ଅଧ୍ୟକ୍ଷ ହେବାକୁ ରାଜି ହୋଇଛନ୍ତି। ତେବେ ଏହି କମିଶନ କ’ଣ କାର୍ଯ୍ୟ କରିବେ ସେ ସମ୍ପର୍କରେ ଟ୍ରମ୍ପ କୌଣସି ସୂଚନା ଦେଇନାହାଁନ୍ତି।
ଟ୍ରମ୍ପ କହିଛନ୍ତି ଯେ ଦକ୍ଷତା ଆୟୋଗ ଗଠନ ହେବାର ୬ ମାସ ମଧ୍ୟରେ ‘ଠକେଇ ଏବଂ ଅନ୍ୟାୟ ଦେୟ’ ଦୂର କରିବାକୁ ଯୋଜନା ପ୍ରସ୍ତୁତ କରାଯିବ।
ଆୟୋଗ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଆର୍ଥିକ ଏବଂ କାର୍ଯ୍ୟକାରିତାକୁ ଅଡିଟ କରିବେ। କିଛି ଦିନ ପୂର୍ବେ ଏକ ପୋଡକାଷ୍ଟରେ ମସ୍କ କହିଥିଲେ ଯେ ସେ ଆମେରିକା ସରକାରଙ୍କ ସହ ମିଶି କାମ କରିବାକୁ ମଧ୍ୟ ଆଗ୍ରହୀ ଅଟନ୍ତି।
The post ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍’ appeared first on Dharitri Odia News.