ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା
ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ । ସୂଚନାଯୋଗ୍ୟ, ବାଲେଶ୍ବର ସହରରେ ସାମ୍ପ୍ରଦାୟୀକ ଗୋଷ୍ଠୀ ସଙ୍ଘର୍ଷ ଉଗ୍ରରୂପ ନେବା ପରେ ପ୍ରଶାସନିକ ସ୍ତରରେ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା । ତମାମ ବାଲେଶ୍ବର ସହର ଅର୍ଥାତ ଶିଳ୍ପାଞ୍ଚଳ, ସହଦେବଖୁଣ୍ଟା,ଟାଉନଥାନା […] The post ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା appeared first on Dharitri Odia News.
ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ ।
ସୂଚନାଯୋଗ୍ୟ, ବାଲେଶ୍ବର ସହରରେ ସାମ୍ପ୍ରଦାୟୀକ ଗୋଷ୍ଠୀ ସଙ୍ଘର୍ଷ ଉଗ୍ରରୂପ ନେବା ପରେ ପ୍ରଶାସନିକ ସ୍ତରରେ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା ।
ତମାମ ବାଲେଶ୍ବର ସହର ଅର୍ଥାତ ଶିଳ୍ପାଞ୍ଚଳ, ସହଦେବଖୁଣ୍ଟା,ଟାଉନଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ କର୍ଫ୍ୟୁ କୋହଳ ଏବଂ ପରେ ସମ୍ପୂର୍ଣ୍ଣ ହଟାଯାଇଥିଲା।
The post ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା appeared first on Dharitri Odia News.