୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ଦଳ ଟିକେଟ୍ ଦେଇଥିବାବେଳେ ବରୀରେ ଦେବାଶିଷ ନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଥିବାବେଳେ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କେବଳ ଆଠଗଡ଼ରେ ସୁଦର୍ଶନ ସାହୁଙ୍କୁ ନଳଆ ପ୍ରାର୍ଥୀ ଘୋଷଣା କରିଛି ଦଳ। ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁଙ୍କୁ […] The post ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ ଦଳ ଟିକେଟ୍ ଦେଇଥିବାବେଳେ ବରୀରେ ଦେବାଶିଷ ନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ ଦେଇଥିବାବେଳେ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। କେବଳ ଆଠଗଡ଼ରେ ସୁଦର୍ଶନ ସାହୁଙ୍କୁ ନଳଆ ପ୍ରାର୍ଥୀ ଘୋଷଣା କରିଛି ଦଳ।
ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ପ୍ରାର୍ଥୀ ଘୋଷଣା ହୋଇଛି। ସେହିପରି ଆଠଗଡରେ ମେହବୁବ ଅହମ୍ମଦ ଖାନଙ୍କ ଜାଗାରେ ସୁଦର୍ଶନ ପ୍ରାର୍ଥୀ ହୋଇଥିବାବେଳେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।
The post ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.