ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ
କୋକସରା,୨୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିଗତ କିଛି ମାସ ବ୍ୟବଧାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଳିଗଡ଼ ଗ୍ରାମର ଗୋଇମାରୁପଡ଼ାର ମାଧବ ମାଝିଙ୍କ ରୋଜଗାରିଆ ପୁଅ ଲାଲୁ (୩୦) ପରିବାରର ଅର୍ଥାଭାବ ଯୋଗୁ ୧୦ […] The post ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ appeared first on Dharitri Odia News.
କୋକସରା,୨୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିଗତ କିଛି ମାସ ବ୍ୟବଧାନରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଳିଗଡ଼ ଗ୍ରାମର ଗୋଇମାରୁପଡ଼ାର ମାଧବ ମାଝିଙ୍କ ରୋଜଗାରିଆ ପୁଅ ଲାଲୁ (୩୦) ପରିବାରର ଅର୍ଥାଭାବ ଯୋଗୁ ୧୦ ଦିନ ତଳେ ଦାଦନ ଖଟିବାକୁ ବେଙ୍ଗାଲୁରୁ ନିକଟରେ ଥିବା ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ହେଲେ ଗତ ଦୁଇଦିନ ତଳେ ଜ୍ୱର ହେଉଥିବା ବେଳେ ବୁଧବାର ସେ ରହୁଥିବା କଲୋନୀରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏନେଇ ସାଥୀ ଶ୍ରମିକମାନେ ପରିବାର ଲୋକଙ୍କୁ ଫୋନ୍ରେ ସୂଚନା ଦେବା ପରେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ପରିବାର ବନୁ ମାଝି, ବିରେନ କନ୍ଧ, ପଦ୍ମନ ଚଳାନ ଠିକାଦାରଙ୍କୁ ଯୋଗାଯୋଗ କରିବା ପରେ ମୃତଦେହ ପଠାଇବାକୁ ମନା କରିବାରୁ ଯୁବକଙ୍କ ମୃତଦେହ ଭିଟାମାଟିକୁ ପଠାଇବା ପାଇଁ ଆମପାଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗ ଏଦିଗରେ ଦୃଷ୍ଟି ଦେଇ ମୃତ ଦାଦନ ଶ୍ରମିକଙ୍କ ମୃତଦେହ ଭିଟାମାଟିକୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କାଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ଠିକାଦାରଙ୍କୁ ଯୋଗାଯୋଗ କରି ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରାଯିବା ନେଇ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି।
The post ପୁଣି ଦାଦନ ଶ୍ରମିକଙ୍କ ମୃତ୍ୟୁ, ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ appeared first on Dharitri Odia News.