ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଜୟଶଙ୍କର

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଆମେରିକା ଗସ୍ତରେ ଯିବେ । ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଏହି ଗସ୍ତ ସମୟରେ ଜୟଶଙ୍କର ଆଗାମୀ ଟ୍ରମ୍ପ ପ୍ରଶାସନର ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ କରିବେ। ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ […]

ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଜୟଶଙ୍କର

ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କର ଆମେରିକା ଗସ୍ତରେ ଯିବେ । ଆମେରିକାର ୪୭ତମ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଭାରତ ସରକାରଙ୍କ ପ୍ରତିନିଧିତ୍ୱ କରିବେ। ଏହି ଗସ୍ତ ସମୟରେ ଜୟଶଙ୍କର ଆଗାମୀ ଟ୍ରମ୍ପ ପ୍ରଶାସନର ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ କରିବେ। ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ। ଜୟଶଙ୍କରଙ୍କ ଏହି ଗସ୍ତ ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଇଛି । ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥ ଗ୍ରହଣର ପାଞ୍ଚ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓଭାଲ୍ ଅଫିସ୍‌ରେ ତାଙ୍କର ବିଦାୟୀ ଭାଷଣ ଦେବେ। ଜାନୁଆରି ୨୦ ତାରିଖରେ ରାଷ୍ଟ୍ରପତି ପଦ ଛାଡ଼ିବା ପୂର୍ବରୁ ଏହା ବାଇଡେନ୍‌ଙ୍କ ଶେଷ ଭାଷଣ ହେବ। ସୂଚନାଯୋଗ୍ୟ, ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଅତ୍ୟନ୍ତ ତିକ୍ତତା ଭିତରେ ଅନୁଷ୍ଠିତ ହୋଇଥିବା ବେଳେ ବାଇଡେନ ବହୁତ ବିଳମ୍ବରେ ପ୍ରତିଦ୍ବନ୍ଦ୍ବିତାରୁ ଓହରିଥିଲେ ।