ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଏକ ସାଧାରଣ ସଭାକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା। ଏଥିରେ ତାଙ୍କର ଡାହାଣ ପଟ କାନରେ ମାଡ଼ ହୋଇଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେହି ପେନସିଲଭେନିଆର ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ। ତେବେ ମାଥ୍ୟୁ ଟ୍ରମ୍ପଙ୍କୁ ମାରିଦେବାକୁ ଯୋଜନା କରିଥିଲେ ବୋଲି ଏଫ୍‌ବିଆଇ ଖୁଲାସା କରିଛି। ଏହି ଘଟଣାର ଏବେ ଅଧିକ […] The post ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା appeared first on Dharitri Odia News.

ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଏକ ସାଧାରଣ ସଭାକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା। ଏଥିରେ ତାଙ୍କର ଡାହାଣ ପଟ କାନରେ ମାଡ଼ ହୋଇଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେହି ପେନସିଲଭେନିଆର ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ। ତେବେ ମାଥ୍ୟୁ ଟ୍ରମ୍ପଙ୍କୁ ମାରିଦେବାକୁ ଯୋଜନା କରିଥିଲେ ବୋଲି ଏଫ୍‌ବିଆଇ ଖୁଲାସା କରିଛି। ଏହି ଘଟଣାର ଏବେ ଅଧିକ ସନ୍ଧାନ ଚାଲିଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଜଣଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି।

The post ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା appeared first on Dharitri Odia News.