ଟ୍ରମ୍ପ୍ଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା
ଓ୍ବାଶିଂଟନ,୨୦।୧: ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ ସେ ସରକାରୀ ଅନୁଷ୍ଠାନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଆମେରିକାରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ଏବଂ ତୃତୀୟ ବିଶ୍ୱଯୁଦ୍ଧ କରାଇଦେବେନି ବୋଲି ଟ୍ରମ୍ପ୍ ଶପଥ ଗ୍ରହଣ ପୂର୍ବରୁ ଉଦ୍ବୋଧନରେ କହିଛନ୍ତି। ଓ୍ବାଶିଂଟନ କ୍ୟାପିଟାଲ ଓ୍ବାନ୍ ଏରେନାରେ ଏକ ରାଲିକୁ ସମ୍ବୋଧନ କରି ଟ୍ରମ୍ପ୍ କହିଥିଲେ, […] The post ଟ୍ରମ୍ପ୍ଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା appeared first on Dharitri Odia News.
ଓ୍ବାଶିଂଟନ,୨୦।୧: ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ୍ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଇନିଂସରେ ସେ ସରକାରୀ ଅନୁଷ୍ଠାନଗୁଡ଼ିକରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଆମେରିକାରେ ବେଆଇନ ଅନୁପ୍ରବେଶ ରୋକିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ଏବଂ ତୃତୀୟ ବିଶ୍ୱଯୁଦ୍ଧ କରାଇଦେବେନି ବୋଲି ଟ୍ରମ୍ପ୍ ଶପଥ ଗ୍ରହଣ ପୂର୍ବରୁ ଉଦ୍ବୋଧନରେ କହିଛନ୍ତି।
ଓ୍ବାଶିଂଟନ କ୍ୟାପିଟାଲ ଓ୍ବାନ୍ ଏରେନାରେ ଏକ ରାଲିକୁ ସମ୍ବୋଧନ କରି ଟ୍ରମ୍ପ୍ କହିଥିଲେ, ମଙ୍ଗଳବାର ସୂର୍ଯ୍ୟାସ୍ତ ସୁଦ୍ଧା ଆମ ଦେଶରେ ଦେଶରେ ଅବାଞ୍ଛିତ ପ୍ରବେଶ ବନ୍ଦ ହେବ। ସେ ଟିକ୍ଟକ୍ଠାରୁ ଆରମ୍ଭ କରି ୟୁକ୍ରେନ୍ ଯୁଦ୍ଧର ଅବସାନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କହିଥିଲେ।
ପ୍ରଥମ ଦିନରେ ଜାତୀୟ ସୀମା ଏମର୍ଜେନ୍ସି ଘୋଷଣା ସମେତ ୫୦ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ। ଟ୍ରମ୍ପ୍ ପ୍ରଥମ ଦିନରେ ଘରୋଇ ଶକ୍ତି ଉତ୍ପାଦନ, ସଂଘୀୟ କାର୍ଯ୍ୟଶକ୍ତିର ସଂସ୍କାର, ନାଗରିକତ୍ୱ ନୀତି ସମେତ ଅନୂ୍ୟନ ୨୫ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିବାକୁ ଯୋଜନା ରଖିଛନ୍ତି, ଯାହା ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି।
The post ଟ୍ରମ୍ପ୍ଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା appeared first on Dharitri Odia News.