ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ

ସୁଲତାନପୁର, ୧୭।୦୮: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର ଏନେଇ ଲୋକଙ୍କୁ ଚିତ୍କାରକରି ଡାକିବା ପରେ, ନିକଟସ୍ଥ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […] The post ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ appeared first on Dharitri Odia News.

ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ

ସୁଲତାନପୁର, ୧୭।୦୮: ଉତ୍ତର ପ୍ରଦେଶର ସୁଲତାନପୁରରେ ଜଳ ନିଗମର ଜଣେ ଇଞ୍ଜିନୟରଙ୍କୁ ଦିନ ଦ଼୍ବିପ୍ରହରରେ ହତ୍ୟା କରାଯାଇଛି । ଘରେ ପଶି ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । କୋଟୱାଲି ନାଗରର ଭିନୋଭାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଇଞ୍ଜିନିୟରଙ୍କ ଡ୍ରାଇଭର ଏନେଇ ଲୋକଙ୍କୁ ଚିତ୍କାରକରି ଡାକିବା ପରେ, ନିକଟସ୍ଥ ଲୋକମାନେ ସେଠାରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସରକାରୀ ମେଡିକାଲ କଲେଜକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ୍‌ ହସ୍ପିଟାଲରେ ପହଞ୍ଚିଥିଲା। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଡିଏମ-ଏସପି, ଅତିରିକ୍ତ ଏସପିି ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ଫୋରେନସିକ ଟିମ ତଦନ୍ତରେ ନିୟୋଜିତ ଅଛନ୍ତି।

ସୂଚନାନୁସାରେ, ଶନିବାର ସକାଳେ କୋଟୱାଲୀ ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ସହରର ଭିନୋଭାପୁରୀ ଅଞ୍ଚଳରେ ଭଡା ଘରେ ରହୁଥିବା ଜଳ ନିଗମର କାର୍ଯ୍ୟର୍ନିବାହୀ ଯନ୍ତ୍ରୀଙ୍କୁ ଦୁର୍ବୃତ୍ତ ଅତି ର୍ନିମମ ଭାବେ ପିଟିପିଟି ହତ୍ୟା କରିଛି । ଏହି ମାମଲାର ତଦନ୍ତ ପାଇଁ ୪ଟି ପୋଲିସ ଟିମ ନିୟୋଜିତ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡିଏମ କ୍ରିତିକା ଜ୍ୟୋତ୍ସନା, ଏସପି ସୋମେନ ଭର୍ମା, ଅତିରିକ୍ତ ଏସପି ଅରୁଣ ଚନ୍ଦ୍ର, ଘଟଣାସ୍ଥଳରେ ପହଞ୍ଚିଥିଲେ।

The post ଦିନ ଦ଼୍ବିପହରରେ ଇଞ୍ଜିନିୟରଙ୍କୁ ହତ୍ୟା, ପାଟିରେ ଟେପ୍‌ମାରି ପିଟିପିଟି ମାରିଦେଲେ appeared first on Dharitri Odia News.