ଟ୍ରାଇର ନିର୍ଦ୍ଦେଶ ମାନିଲେନି ଟେଲିକମ୍ କମ୍ପାନୀ : ରିଚାର୍ଜ ମୂଲ୍ୟରେ ୧୦ରୁ ୧୨ ପ୍ରତିଶତ ଯାଏ ବୃଦ୍ଧି
ନୂଆଦିଲ୍ଲୀ : ଦେଶର ମୋବାଇଲ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା। କାରଣ ଏବେ ମୋଇବାଲ୍ ପୁଣି ଥରେ ବଢ଼ିଛି ମୋବାଇଲ୍ ଟାରିଫ୍। ମାତ୍ର ୬ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବଢିଛି ମୋବାଇଲ୍ ଟାରିଫ୍। ଭାରତୀ ଏୟାରଟେଲ୍ ଏହାର ମୋବାଇଲ ରିଚାର୍ଜ ମୂଲ୍ୟରେ ୧୦ରୁ ୧୨ ପ୍ରତିଶତ ଯାଏ ବଢାଇଛି। ଅନ୍ୟ କମ୍ପାନିଗୁଡ଼ିକ ବି ଖୁବଶୀଘ୍ର ଟାରିଫ୍ ବୃଦ୍ଧି କରିପାରନ୍ତି। ଟ୍ରାଇର ନିର୍ଦ୍ଦେଶ ସତ୍ତ୍ୱେ ଟେଲିକମ୍ କମ୍ପାନୀ ଭଏସ୍ ପ୍ୟାକ୍ ମହଙ୍ଗା କରିଛନ୍ତି। ଭାରତୀ ଏୟାରଟେଲ୍ […]

ନୂଆଦିଲ୍ଲୀ : ଦେଶର ମୋବାଇଲ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା। କାରଣ ଏବେ ମୋଇବାଲ୍ ପୁଣି ଥରେ ବଢ଼ିଛି ମୋବାଇଲ୍ ଟାରିଫ୍। ମାତ୍ର ୬ ମାସ ଭିତରେ ଦ୍ୱିତୀୟ ଥର ପାଇଁ ବଢିଛି ମୋବାଇଲ୍ ଟାରିଫ୍। ଭାରତୀ ଏୟାରଟେଲ୍ ଏହାର ମୋବାଇଲ ରିଚାର୍ଜ ମୂଲ୍ୟରେ ୧୦ରୁ ୧୨ ପ୍ରତିଶତ ଯାଏ ବଢାଇଛି। ଅନ୍ୟ କମ୍ପାନିଗୁଡ଼ିକ ବି ଖୁବଶୀଘ୍ର ଟାରିଫ୍ ବୃଦ୍ଧି କରିପାରନ୍ତି। ଟ୍ରାଇର ନିର୍ଦ୍ଦେଶ ସତ୍ତ୍ୱେ ଟେଲିକମ୍ କମ୍ପାନୀ ଭଏସ୍ ପ୍ୟାକ୍ ମହଙ୍ଗା କରିଛନ୍ତି। ଭାରତୀ ଏୟାରଟେଲ୍ ଟାରିଫ୍ ପ୍ଲାନରୁ ଡାଟା ହଟାଇବା ପରେ କେବଳ ଭଏସ୍ ପ୍ୟାକର ମୂଲ୍ୟକୁ ୧୦ରୁ ୧୨ ପ୍ରତିଶତ ବଢାଇଛି। ଅପରପକ୍ଷେ ଟ୍ରାଇର ଫୋକସ୍ ମୂଲ୍ୟ ହ୍ରାସ ଉପରେ ରହିଥିବାବେଳେ ଥିଲା। ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ୨ଜି ପ୍ୟାକ୍ରୁ ଡାଟାକୁ ବାଦ୍ ଦେଇ ଟାରିଫ୍ ହ୍ରାସ କରିବା ପାଇଁ କହିଥିଲା।
ଏୟାରଟେଲ୍ ପୂର୍ବରୁ ୧୯୯୯ ଟଙ୍କାରେ ୨୪ ଜିବି ଡାଟା ପ୍ରଦାନ କରୁଥିଲା, ତାହା ଏବେ ଏହା ବୃଦ୍ଧି ପାଇ ୨୨୪୯ ଟଙ୍କା ହୋଇଛି। ସେହିପରି ୫୦୯ ଟଙ୍କାରେ ମିଳୁଥିବା ୬ ଜିବି ଡାଟା ମଲ୍ୟ ଏବେ ୫୬୯ ଟଙ୍କା ହୋଇଯାଇଛି। ଅନ୍ୟ ପ୍ଲାନ୍ଗୁଡ଼ିକରେ ମଧ୍ୟ ଖୁବଶୀଘ୍ର ପରିବର୍ତ୍ତନ ହୋଇପାରେ। ଟ୍ରାଇ ଟେଲିକମ୍ କମ୍ପାନୀଗୁଡ଼ିକୁ କେବଳ ଭଏସ୍ ପ୍ଲାନ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା, କିନ୍ତୁ ଏପରି କରିବା ସହ କମ୍ପାନିଗୁଡ଼ିକ ଚୁପ୍ଚାପ୍ ମୂଲ୍ୟ ମଧ୍ୟ ବୃଦ୍ଧି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିନା ଡାଟା ପ୍ୟାକ୍କୁ ଶସ୍ତା କରିବା ଉପରେ ଟ୍ରାଇ ଗୁରୁତ୍ବ ଦେଇ ଟେଲିକମ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଟେଲିକମ୍ କମ୍ପାନିଗୁଡ଼ିକ କେବଳ ଭଏସ୍ ପ୍ୟାକ୍ ଦେବା ଆରମ୍ଭ କରିଛନ୍ତି ସତ, କିନ୍ତୁ ଏଥିରେ ଗ୍ରାହକଙ୍କୁ କୌଣସି ଲାଭ ମିଳିବନାହିଁ। ଯଦି ଟ୍ରାଇର ନିର୍ଦ୍ଦେଶକୁ ସଠିକ୍ ଭାବେ ଅନୁପାଳନ କରାଯାଇଥାନ୍ତା, ତେବେ ଦେଶର ପ୍ରାୟ ୧୫ କୋଟି ୨ଜି ୟୁଜରଙ୍କୁ ବଡ଼ ଆଶ୍ୱସ୍ତି ମିଳିଥାନ୍ତା। ଯେଉଁମାନେ ଦୁଇଟି ସିମ୍ କାର୍ଡ ବ୍ୟବହାର କରୁଛନ୍ତି, ଯେଉଁଥିରୁ ଗୋଟିଏକୁ କେବଳ କଲ୍ ଏବଂ ଏସ୍ଏମ୍ଏସ୍ ପାଇଁ ବ୍ୟବହାର କରୁଛନ୍ତି। ଟ୍ରାଇର ଉଦ୍ଦେଶ୍ୟ ଥିଲା ଉପଭୋକ୍ତାଙ୍କୁ ଡାଟା ନ ଥିବା ପ୍ୟାକ୍ ଶସ୍ତାରେ ଉପଲବ୍ଧ କରାଇବା, କିନ୍ତୁ ଟାରିଫ୍ ବୃଦ୍ଧି କରି ଟ୍ରାଇର ସେହି ଉଦ୍ଦେଶ୍ୟକୁ ଟେଲିକମ୍ପ କମ୍ପାନୀଗୁଡିକ ଫୁ କରିଦେଇଛନ୍ତି।