ଟ୍ରାକ୍ଟର ଓଲଟି ଚାପି ହୋଇଗଲେ : ବଡ ବାପା ମୃତ, ପୁତୁରା ଗୁରୁତର

ଆନନ୍ଦପୁର ୩୧।୭: ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବଡ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଢେଙ୍କା ପଞ୍ଚାୟତ ମୋଟର ଗାଡିଆ ଗ୍ରାମରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକ ସହ ଜମିରୁ ଚାଷ କରି ଫେରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରା କ୍ଷୀରୋଦକୁ ଗୁରୁତର କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।You Can Read:ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଟ୍ରାକ୍ଟର ଓଲଟି ଚାପି ହୋଇଗଲେ : ବଡ ବାପା ମୃତ, ପୁତୁରା ଗୁରୁତର

ଆନନ୍ଦପୁର ୩୧: ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବଡ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଢେଙ୍କା ପଞ୍ଚାୟତ ମୋଟର ଗାଡିଆ ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକ ସହ ଜମିରୁ ଚାଷ କରି ଫେରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ବିଜୟ ଏବଂ କ୍ଷୀରୋଦ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ବିଜୟଙ୍କୁ ମୃତ ଘୋଷଣା କରିଥିଲେ । ପୁତୁରା କ୍ଷୀରୋଦକୁ ଗୁରୁତର କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ