ଟ୍ରାକ୍ଟର ଓଲଟି ବଡ଼ବାପା ମୃତ, ପୁତୁରା ଗୁରୁତର

ଗତକାଲି ବିଳମ୍ବିତ ରାତିରେ ବଡ଼ବାପା ବିଜୟ ଓ ପୁତୁରା କ୍ଷୀରୋଦ ଟ୍ରକରେ ଘରକୁ ଫେରୁଥିଲେ। ସେଇସମୟରେ ଝଣଝଣା ନିକଟରେ ଟ୍ରାକ୍ଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା

ଟ୍ରାକ୍ଟର ଓଲଟି ବଡ଼ବାପା ମୃତ, ପୁତୁରା ଗୁରୁତର

ଟ୍ରାକ୍ଟର ଓଲଟି ପଡ଼ିବାରୁ ବଡ଼ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁତୁରା ଗୁରୁତର ଆହାତ ହୋଇଥିଲେ। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଝଣଝଣା ନିକଟରେ। ମୃତକ ହେଉଛନ୍ତି ବିଜୟ କୁମାର ନାଏକ ଓ ଗୁରୁରତର କ୍ଷୀରୋଦ କୁମାର ନାଏକ।

ଗତକାଲି ବିଳମ୍ବିତ ରାତିରେ ବଡ଼ବାପା ବିଜୟ ଓ ପୁତୁରା କ୍ଷୀରୋଦ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ସେଇସମୟରେ ଝଣଝଣା ନିକଟରେ ଟ୍ରାକ୍ଟଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ବିଜୟ ଓ କ୍ଷୀରୋଦ ଟ୍ରାକ୍ଟର୍ ତଳେ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବଡ଼ବାପା ବିଜୟଙ୍କର ମୃତ୍ୟୁ ହୋଇଥିବା ବେଳେ ପୁତୁରା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା।