ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…

ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ବେଙ୍ଗାଲୁରୁର ଟ୍ରାଫିକ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। Never a dull moment in Bangalore pic.twitter.com/IzUr5nRaP8 — Rahul Jadhav (@iRahulJadhav) February 28, 2025 ଏହି ଭାଇରାଲ ଭିଡିଓରେ, ଜଣେ ଯୁବତୀ ହେଲମେଟ୍‌ ନ ପିନ୍ଧି ସ୍କୁଟି […] The post ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି… appeared first on Dharitri Odia News.

ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି…

ବେଙ୍ଗାଲୁରୁ ତା’ର ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ପାଇଁ ଯେତିକି ପ୍ରସିଦ୍ଧ, ଟ୍ରାଫିକ ସମ୍ବନ୍ଧୀୟ ଅନନ୍ୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ବେଙ୍ଗାଲୁରୁର ଟ୍ରାଫିକ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ଭାଇରାଲ ଭିଡିଓରେ, ଜଣେ ଯୁବତୀ ହେଲମେଟ୍‌ ନ ପିନ୍ଧି ସ୍କୁଟି ଚଳାଉଥିବାର ନଜର ଆସିଛନ୍ତି। ତାଙ୍କ କାନ୍ଧରେ ଏକ ରଙ୍ଗୀନ ଶୁଆ ବସିଥିବାବେଳେ ପଛରେ ଆଉ ଜଣେ ଯୁବତୀ ବସିଛନ୍ତି। ଆଜିକାଲି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ କିଛି ୟୁଜର୍ସ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି ତ କିଛି ୟୁଜର୍ସ ବହୁତ ମଜାଳିଆ କମେଣ୍ଟ କରୁଛନ୍ତି।

ଏହି ଭିଡିଓଟି @iRahulJadhav ନାମକ ଏକ ‘ଏକ୍ସ’ ଆକାଉଣ୍ଟରେ ଶେୟାର କରାଯାଇଛି। ‘ବେଙ୍ଗାଲୁରୁରେ କେହି କେବେ ବିରକ୍ତ ହୁଅନ୍ତି ନାହିଁ’ ଏକ କ୍ୟାପଶନ ଲେଖି ଭିଡିଓଟି ଶେୟାର କରାଯାଇଛି। ୬ ସେକେଣ୍ଡର ଏହି ଭିଡିଓ ପୋଷ୍ଟ ହେବା ମାତ୍ରେ ୟୁଜର୍ସଙ୍କଠାରୁ ମଜାଳିଆ କମେଣ୍ଟ ସବୁ ଦେଖିବାକୁ ମିଳୁଛି।

ଭିଡିଓଟିକୁ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, ଏହା ବେଙ୍ଗାଲୁରୁର ସୁନ୍ଦର ମୁହୂର୍ତ୍ତ। ଆଉ ଜଣେ ଲେଖିଛନ୍ତି, ଏଠାକାର ଟ୍ରାଫିକ ଏତେ ଅଦ୍ଭୁତ ଯେ, ପକ୍ଷୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କିଛି ସୋସିଆଲ ମିଡିଆ ୟୁଜର ଏହାକୁ ହାଲୁକା ଭାବରେ ନେଇଥିବା ବେଳେ, କିଛି ୟୁଜର ଏହା ଉପରେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଅନେକ ଲୋକ ବେଙ୍ଗାଲୁରୁ ଟ୍ରାଫିକ ପୋଲିସକୁ ଟ୍ୟାଗ୍‌ କରିଛନ୍ତି ଏବଂ ଏହି ଅବହେଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନାଥାଉକି, ପୂର୍ବରୁ ମଧ୍ୟ ବେଙ୍ଗାଲୁରୁ ଟ୍ରାଫିକ୍‌ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ଯୁବକ ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବାବେଳେ ଜଣେ ଯୁବତୀ ତାଙ୍କ ସାମ୍ନା ପରେ ବାଇକ୍‌ରେ ବସିଛନ୍ତି। ଏହି ଭିଡିଓକୁ ନେଇ ସେତେବେଳେ ବି ଖୁବ୍‌ ଚର୍ଚ୍ଚା ହୋଇଥିଲା।

The post ଟ୍ରାଫିକ୍‌ରେ ହେଲମେଟ୍‌ ବଦଳରେ କାନ୍ଧରେ ଶୁଆ ରଖି ସ୍କୁଟି ଉଡ଼ାଇଲେ ଯୁବତୀ, ଲୋକେ କହିଲେ ଏମିତି… appeared first on Dharitri Odia News.