ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇ ପଦ୍ମ ଧରିଲେ କଂଗ୍ରେସର ଏହି ବରିଷ୍ଠ ନେତା
ଗାନ୍ଧୀନଗର,୫।୩: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଉସ୍ମତା ବଢ଼ିବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅର୍ଜୁନ ମୋଢ଼ଓ୍ବାଡ଼ିଆ କଂଗ୍ରେସରୁ ଇସ୍ତଫା ଦେବାରୁ ଦିନକ ପରେ ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି। ସୋମବାର ଅର୍ଜୁନ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇ ଦଳ ସହ ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇଥିଲେ। ସେହିପରି ମୋଢ଼ଓ୍ବାଡ଼ିଆ ନିଜ ବିଧାୟର […] The post ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇ ପଦ୍ମ ଧରିଲେ କଂଗ୍ରେସର ଏହି ବରିଷ୍ଠ ନେତା appeared first on Dharitri Odia News.
ଗାନ୍ଧୀନଗର,୫।୩: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ରାଜନୈତିକ ଉସ୍ମତା ବଢ଼ିବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ଗୁଜରାଟର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଅର୍ଜୁନ ମୋଢ଼ଓ୍ବାଡ଼ିଆ କଂଗ୍ରେସରୁ ଇସ୍ତଫା ଦେବାରୁ ଦିନକ ପରେ ମଙ୍ଗଳବାର ଭାଜପାରେ ସାମିଲ ହୋଇଛନ୍ତି।
ସୋମବାର ଅର୍ଜୁନ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇ ଦଳ ସହ ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇଥିଲେ। ସେହିପରି ମୋଢ଼ଓ୍ବାଡ଼ିଆ ନିଜ ବିଧାୟର ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଗତ କିଛି ବର୍ଷ ଧରି କଂଗ୍ରେସରେ ରହି ଲୋକଙ୍କୁ ସେବା ଯୋଗାଇବାରେ ଅସହାୟ ଅନୁଭବ କରୁଥିବା ଦର୍ଶାଇ ସେ ଇସ୍ତଫା ଦେଇଥିଲେ। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାପାଇଁ ଆସିଥିବା ନିମନ୍ତ୍ରଣଙ୍କୁ କଂଗ୍ରେସ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯିବା ନେଇ ମୋଢ଼ଓ୍ବାଡ଼ିଆ ଅସନ୍ତୁଷ୍ଟ ଥିଲେ। ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୋଢ଼ଓ୍ବାଡିଆ ୨୦୦୪ରୁ ୨୦୦୭ ଯାଏଁ ଗୁଜରାଟ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିଥିଲେ।
The post ଦୀର୍ଘ ୪୦ ବର୍ଷ ସମ୍ପର୍କର ଅନ୍ତ ଘଟାଇ ପଦ୍ମ ଧରିଲେ କଂଗ୍ରେସର ଏହି ବରିଷ୍ଠ ନେତା appeared first on Dharitri Odia News.