ଟ୍ରେନ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ

ଟିଟିଲାଗଡ଼ : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀ ଯୁଗଳ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମଙ୍ଗଳବାର ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ଏହି ଅଘଟଣ ଘଟିଛି । ବ୍ରିଜରେ ମାଲ ବାହୀ ଟ୍ରେନ ଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରେମିକା ନାବାଳିକାର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ […]

ଟ୍ରେନ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ
ଟ୍ରେନ ଆଗକୁ ଡେଇଁଲେ ପ୍ରେମୀ ଯୁଗଳ

ଟିଟିଲାଗଡ଼ : ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ପ୍ରେମୀ ଯୁଗଳ । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମଙ୍ଗଳବାର ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ଏହି ଅଘଟଣ ଘଟିଛି । ବ୍ରିଜରେ ମାଲ ବାହୀ ଟ୍ରେନ ଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରେମିକା ନାବାଳିକାର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ପ୍ରେମିକ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ଘନଶ୍ୟାମ ବାଗ (୨୦) ଗୁରୁତର ଅଛନ୍ତି । ତାଙ୍କର ଗୋଟିଏ ପାଦ କଟି ଯାଇଛି। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ ଆରପିଏଫ ସବ ଇନ୍ସପେକ୍ଟର ଅଜୟ ସ୍ୱାଇଁ ଉପଖଣ୍ଡ ମୁଖ୍ୟାଳୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ
ଏହି ଘଟଣାରେ ଟିଟିଲାଗଡ଼ ଜି ଆର ପି ର ତଦନ୍ତ ଆରମ୍ଭ ହୋଇଛି । ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ ।