ଟ୍ରେନରେ କଟି ଚାଲିଗଲା ମାନସିକ ରୋଗୀଙ୍କ ଜୀବନ

କେସିଙ୍ଗା,୨୯।୭(ତୁମେଶର ସାହୁ): କେସିଙ୍ଗା ରେଲୱେ ଷ୍ଟେଶନଠାରୁ ପ୍ରାୟ ୪ କି.ମି ଦୂରରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲମ୍ବୋଦର ଗୌଡ଼। ସେ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ବୋଲି ଜଣାପଡିଛି। ସେ ଜଣେ ମାନସିକ ରୋଗୀ। ସେ ଦଶ ଥର ହେବ ଟ୍ରେନ ଆଗକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ। ଶେଷରେ ଶିରୋଲ ଗ୍ରାମ ଦେଇ ଡୁମେରମୁଣ୍ଡା ଯାଉଥିବାବେଳେ କାଣ୍ଡେଲ ରୋଡ଼ରୁ କେସିଙ୍ଗାକୁ ସଂଯୋଗ ହୋଇଥିବା ରେଲୱେ […] The post ଟ୍ରେନରେ କଟି ଚାଲିଗଲା ମାନସିକ ରୋଗୀଙ୍କ ଜୀବନ appeared first on Dharitri Odia News.

ଟ୍ରେନରେ କଟି ଚାଲିଗଲା ମାନସିକ ରୋଗୀଙ୍କ ଜୀବନ

କେସିଙ୍ଗା,୨୯।୭(ତୁମେଶର ସାହୁ): କେସିଙ୍ଗା ରେଲୱେ ଷ୍ଟେଶନଠାରୁ ପ୍ରାୟ ୪ କି.ମି ଦୂରରେ ଟ୍ରେନରେ କଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲମ୍ବୋଦର ଗୌଡ଼। ସେ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ବୋଲି ଜଣାପଡିଛି। ସେ ଜଣେ ମାନସିକ ରୋଗୀ। ସେ ଦଶ ଥର ହେବ ଟ୍ରେନ ଆଗକୁ ଡେଇଁବା ପାଇଁ ଉଦ୍ୟମ କରୁଥିଲେ। ଶେଷରେ ଶିରୋଲ ଗ୍ରାମ ଦେଇ ଡୁମେରମୁଣ୍ଡା ଯାଉଥିବାବେଳେ କାଣ୍ଡେଲ ରୋଡ଼ରୁ କେସିଙ୍ଗାକୁ ସଂଯୋଗ ହୋଇଥିବା ରେଲୱେ ଲାଇନରେ ଟ୍ରେନ ଧକ୍କାରେ ଲମ୍ବୋଦରଙ୍କ ମୃତ୍ୟୁ ଘଟିଛି। ଟ୍ରେନ ପାଇଲଟ କେସିଙ୍ଗା ଷ୍ଟେଶନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଷ୍ଟେଶନ ମାଷ୍ଟର ଟିଟିଲାଗଡ ଜିଆରପିଙ୍କୁ ମେସେଜ ଦେଇଥିଲେ। ମେସେଜ ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

The post ଟ୍ରେନରେ କଟି ଚାଲିଗଲା ମାନସିକ ରୋଗୀଙ୍କ ଜୀବନ appeared first on Dharitri Odia News.