ଟ୍ରେନ୍ରୁ ଖସି ସିଆର୍ପିଏଫ୍ ଯବାନ ଗୁରୁତର
କଲ୍ୟାଣସିଂହପୁର,୧୩ା୭(ଦୀପକ କୁମାର ପରିଡ଼ା): ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେଶନ ନିକଟରେ ଖସିପଡ଼ିଥିଲେ, ଯବାନଙ୍କ ନାମ ଶରତ ମାଝୀ, ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ। ଖବର ପାଇ ରାୟଗଡ଼ା ଆର୍ପିଏଫ୍ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି […] The post ଟ୍ରେନ୍ରୁ ଖସି ସିଆର୍ପିଏଫ୍ ଯବାନ ଗୁରୁତର appeared first on Dharitri Odia News.
କଲ୍ୟାଣସିଂହପୁର,୧୩ା୭(ଦୀପକ କୁମାର ପରିଡ଼ା): ଟ୍ରେନରେ ଯିବା ସମୟରେ ଖସିପଡ଼ି ଜଣେ ସିଆର୍ପିଏଫ୍ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ରାଉଲକେଲା ଜଗଦଲପୁର ଏକ୍ସପ୍ରେସ୍ରେ କୋରାପୁଟରୁ ବଲାଙ୍ଗୀର ଅଭୀମୁଖେ ଯାଉଥିବା ବେଳେ ଲେଲିଗୁମା ଷ୍ଟେଶନ ନିକଟରେ ଖସିପଡ଼ିଥିଲେ, ଯବାନଙ୍କ ନାମ ଶରତ ମାଝୀ, ତାଙ୍କ ସହିତ ଆଉ ଦୁଇଜଣ ଯବାନ ଥିଲେ। ଖବର ପାଇ ରାୟଗଡ଼ା ଆର୍ପିଏଫ୍ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି। ପ୍ରଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ଟ୍ରେନ୍ରୁ ଖସି ସିଆର୍ପିଏଫ୍ ଯବାନ ଗୁରୁତର appeared first on Dharitri Odia News.