ଟ୍ରେନ୍ରେ କଟି ଚାଲିଗଲା ପ୍ରେମୀଯୁଗଳଙ୍କ ଜୀବନ
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଧନୁର୍ଜୟପୁର ନିକଟରେ ଟ୍ରେନରେ କଟି ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଛି। ପ୍ରେମୀଯୁଗଳ ବୁଲେଟ ନାୟକ(୨୨) ଓ ସ୍ବପ୍ନ ନାୟକ(୨୫) ବୋଲି ଜଣାପଡ଼ିଛି। ବୁଲେଟଙ୍କ ଘର୍ ଧନୁର୍ଜୟପୁର ଓ ଝିଅ ଘର ଘାଗରବେଡା ବୋଲି ଜଣାପଡିଛି। ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଛି ବୋଲି ସୁଶାନ୍ତ ସେଠୀ, ରେଳବାଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରେମସମ୍ପର୍କରୁ ଆତ୍ମହତ୍ୟା କରିଥିବା ସନ୍ଦେହ […] The post ଟ୍ରେନ୍ରେ କଟି ଚାଲିଗଲା ପ୍ରେମୀଯୁଗଳଙ୍କ ଜୀବନ appeared first on Dharitri Odia News.
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଧନୁର୍ଜୟପୁର ନିକଟରେ ଟ୍ରେନରେ କଟି ପ୍ରେମୀଯୁଗଳଙ୍କ ମୃତ୍ୟୁ ହୋଇଛି। ପ୍ରେମୀଯୁଗଳ ବୁଲେଟ ନାୟକ(୨୨) ଓ ସ୍ବପ୍ନ ନାୟକ(୨୫) ବୋଲି ଜଣାପଡ଼ିଛି। ବୁଲେଟଙ୍କ ଘର୍ ଧନୁର୍ଜୟପୁର ଓ ଝିଅ ଘର ଘାଗରବେଡା ବୋଲି ଜଣାପଡିଛି।
ରେଳବାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ କରୁଛି ବୋଲି ସୁଶାନ୍ତ ସେଠୀ, ରେଳବାଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରେମସମ୍ପର୍କରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ସଠିକ୍ କାରଣ ତଦନ୍ତ ପରେ ଜଣାପଡ଼ିବ।
The post ଟ୍ରେନ୍ରେ କଟି ଚାଲିଗଲା ପ୍ରେମୀଯୁଗଳଙ୍କ ଜୀବନ appeared first on Dharitri Odia News.