ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା ଫିଟୁନି ମାତ୍ର ମା’ ହାତୀଟି ଏମିତି ଇସାରାରେ ଡାକିଲା ଜଙ୍ଗଲରେ ଥିବା ଅନ୍ୟ ହାତୀମାନେ ଆସି ପହଞ୍ଚିଗଲେ। ଟ୍ରେନ୍‌ ଲାଇନ ଉପରେ ମରି ପଡ଼ିଥିବା ଛୁଆହାତୀକୁ ଜଗି ରହିଛନ୍ତି ହାତୀପଲ। ଅନ୍ୟ ଟ୍ରେନକୁ ବାତିଲି […] The post ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’ appeared first on Dharitri Odia News.

ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’

ଟେନ୍‌ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍‌ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା ଫିଟୁନି ମାତ୍ର ମା’ ହାତୀଟି ଏମିତି ଇସାରାରେ ଡାକିଲା ଜଙ୍ଗଲରେ ଥିବା ଅନ୍ୟ ହାତୀମାନେ ଆସି ପହଞ୍ଚିଗଲେ। ଟ୍ରେନ୍‌ ଲାଇନ ଉପରେ ମରି ପଡ଼ିଥିବା ଛୁଆହାତୀକୁ ଜଗି ରହିଛନ୍ତି ହାତୀପଲ। ଅନ୍ୟ ଟ୍ରେନକୁ ବାତିଲି କରିଛି ବନ୍ଧମୁଣ୍ଡା ରେଳ ବିଭଗ। ଘଟଣାସ୍ଥଳକୁ ଯାଇ ପାରୁନାହାନ୍ତି ଜଙ୍ଗଲ ଓ ଜିଆରିପି କର୍ମଚାରୀ।
ଏହିପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଡିଭିଜନରେ। ରବିବାର ସକାଳେ ଚୋରଧରା ରେଲ୍‌ଓ୍ବେ ସାଇଡିଂ ନିକଟରେ ଏକ ମାଲବାହୀ ଟ୍ରେନ୍‌ରେ କଟି ଯାଇଥିଲା ହାତୀ ଛୁଆ। ଖବର ପାଇ କେ. ବଲାଙ୍ଗ ପୋଲିସ, ବରସୁଆଁ ଜଙ୍ଗଲ ଅଧିକାରୀ ଓ ରେଲ୍‌ଓ୍ବେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ମୃତ ହାତୀଛୁଆ ନିକଟରେ ହାତୀପଲ ଥିବାରୁ ଘଟଣାସ୍ଥଳକୁ କେହି ଯାଇ ପାରୁନାହାନ୍ତି।

The post ଟ୍ରେନ୍‌ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’ appeared first on Dharitri Odia News.