ଟ୍ରେଲର ଧକ୍କାରେ ଚାଲିଗଲା ଟ୍ରାକ୍ଟର ଚାଳକଙ୍କ ଜୀବନ

ହିଞ୍ଜିଳିକାଟୁ,୧୩ା୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଆର୍‌ଏମ୍‌ସି ଛକରେ ଟ୍ରେଲର ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ଟ୍ରାକ୍ଟର ଚାଳକଙ୍କ ମତ୍ୟୁ ଘଟିଛି । ସେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଲବ ବେହେରା। ପୋଲିସ ମୃତଦେହ ଜବତ କରି ଶୁକ୍ରବାର ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରିବା ସହ ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ […] The post ଟ୍ରେଲର ଧକ୍କାରେ ଚାଲିଗଲା ଟ୍ରାକ୍ଟର ଚାଳକଙ୍କ ଜୀବନ appeared first on Dharitri Odia News.

ଟ୍ରେଲର ଧକ୍କାରେ ଚାଲିଗଲା ଟ୍ରାକ୍ଟର ଚାଳକଙ୍କ ଜୀବନ

ହିଞ୍ଜିଳିକାଟୁ,୧୩ା୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧୀନ ଆର୍‌ଏମ୍‌ସି ଛକରେ ଟ୍ରେଲର ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବାରୁ ଟ୍ରାକ୍ଟର ଚାଳକଙ୍କ ମତ୍ୟୁ ଘଟିଛି । ସେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ଲବ ବେହେରା। ପୋଲିସ ମୃତଦେହ ଜବତ କରି ଶୁକ୍ରବାର ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ୨ଟିକୁ ଜବତ କରିବା ସହ ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା (ନଂ.୭୬୪/୨୪) ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକଳ, ଗୁରୁବାର ରାତିରେ ବୁଗୁଡାପଲ୍ଲୀ ଅଞ୍ଚଳର ଏକ କ୍ରଶରରୁ ଗୋଡି ଧରି ଟ୍ରାକ୍ଟର (ଓଡି୦୭କ୍ୟୁ ୬୨୦୯) ହିଞ୍ଜିଳି ଅଭିମୁଖେ ଯାଉଥିଲା । ସେହି ସମୟରେ ଆସିକାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାର୍ବଲ ବୋଝେଇ ଟ୍ରେଲର (ନଂ.ଜିଜେ୦୧ ଜେଟି ୨୭୨୮) ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଟ୍ରାକ୍ଟରକୁ ଧକ୍କା ଦେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଦୁର୍ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକ ଲବଙ୍କ ମୃତ୍ୟୁ ଘଟିଥିଲା । ହିଞ୍ଜିଳି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । କ୍ରେନ ସହାୟତାରେ ଉଭୟ ଗାଡିକୁ ହଟାଯିବା ପରେ ମୃତଦେହ ବାହାର କରାଯାଇଥିଲା । ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା ।

The post ଟ୍ରେଲର ଧକ୍କାରେ ଚାଲିଗଲା ଟ୍ରାକ୍ଟର ଚାଳକଙ୍କ ଜୀବନ appeared first on Dharitri Odia News.