ଟ୍ଵିନ୍ ସିଟିରେ ହେବ ନୂଆ ଆଇଟି ପାର୍କ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର:ଟ୍ଵିନ୍ ସିଟିରେ ନୂଆ ଆଇଟି ପାର୍କ ହେବ। 1000 ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଏ ନେଇ ଘୋଷଣା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି IT ଶିଳ୍ପ ପାଇଁ ନିର୍ମାଣ ହେବ ପ୍ଲଗ୍‌ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍‌ ଏରିଆ।ଭୁବନେଶ୍ଵରରେ 10 ନିୟୁତ ବର୍ଗମିଟରର ହେବ ବିଲ୍ଟ ଅପ୍‌ ଏରିଆ।5 ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ 2 ଲକ୍ଷ 30 ହଜାର କୋଟି ଟଙ୍କା। ରାଜ୍ୟର […]

ଟ୍ଵିନ୍ ସିଟିରେ ହେବ ନୂଆ ଆଇଟି ପାର୍କ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ବର:ଟ୍ଵିନ୍ ସିଟିରେ ନୂଆ ଆଇଟି ପାର୍କ ହେବ। 1000 ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ। ଏ ନେଇ ଘୋଷଣା କରିଛନ୍ତି
ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି IT ଶିଳ୍ପ ପାଇଁ ନିର୍ମାଣ ହେବ ପ୍ଲଗ୍‌ ଆଣ୍ଡ ପ୍ଲେ ସୁବିଧା ଥିବା ବିଲ୍ଟ ଅପ୍‌ ଏରିଆ।ଭୁବନେଶ୍ଵରରେ 10 ନିୟୁତ ବର୍ଗମିଟରର ହେବ ବିଲ୍ଟ ଅପ୍‌ ଏରିଆ।5 ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ 2 ଲକ୍ଷ 30 ହଜାର କୋଟି ଟଙ୍କା। ରାଜ୍ୟର 5 ବଡ଼ ସହର ସମେତ 11 ସହରରେ ତିଆରି ହେବ ରିଂ ରୋଡ୍। ସେହିପରି ବ୍ରହ୍ମପୁରରୁ ଜୟପୁର ମଧ୍ୟରେ ନିର୍ମାଣ ହେବ ଗ୍ରୀନ୍‌ ଫିଲ୍ଡ କରିଡର ।5 ବର୍ଷରେ ଓଡ଼ିଶାରେ 15 ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।