ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ
ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ପ୍ରେସମିଟ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଂଗଠନ ଉପରେ ଏମ୍ପି, ବିଧାୟକଙ୍କ ଭରସା ଦରକାର।ବିଶ୍ବାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ, ଆମେ କଣ କରିବୁ ବୋଲି ମନମୋହନ କହିଛନ୍ତି। ବିଜେଡିର […] The post ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ appeared first on Dharitri Odia News.
ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍ପିଙ୍କ ଖବରଦାତା ସମ୍ମିଳନୀକୁ ଭାଜପା ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ଭାଜପା ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ପ୍ରେସମିଟ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଂଗଠନ ଉପରେ ଏମ୍ପି, ବିଧାୟକଙ୍କ ଭରସା ଦରକାର।ବିଶ୍ବାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ, ଆମେ କଣ କରିବୁ ବୋଲି ମନମୋହନ କହିଛନ୍ତି।
ବିଜେଡିର ୭ ରାଜ୍ୟସଭା ଏମ୍ପି ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ସମସ୍ତ ଏମ୍ପି ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି । ଆମେ ୭ ଏମ୍ପି ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ଏମ୍ପି କହିଛନ୍ତି ।
The post ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି କାହିଁକି ଏମିତି କହିଲେ ମନମୋହନ appeared first on Dharitri Odia News.