ଠାକୁରାଣୀ ଯାତ୍ରା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼
ପୁରୁଷୋତ୍ତମପୁର,୧୫।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଠାରେ ଚାଲିଥିବା ପଞ୍ଚଠାକୁରାଣୀଙ୍କ ଯାତ୍ରା ନବମ ଦିନରେ ପହଞ୍ଚିଛି। ପଞ୍ଚ ଠାକୁରାଣୀ ମା’ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ପୂଜାପାଉଛନ୍ତି। ଏଥିଲାଗି ସମଗ୍ର ସହର ଉସବମୁଖର ହୋଇପଡିଛି। ଗୁରବାର ସଂକ୍ରାନ୍ତି ହୋଇଥିବାରୁ ମା’ଙ୍କ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଦେଇଛି। ପୁରୁଷୋତ୍ତମପୁର ସମେତ ଆଖପାଖ ଗ୍ରାମବାସୀ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବାରେ ଲାଗିଛନ୍ତି। The post ଠାକୁରାଣୀ ଯାତ୍ରା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ appeared first on Dharitri Odia News.
ପୁରୁଷୋତ୍ତମପୁର,୧୫।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଠାରେ ଚାଲିଥିବା ପଞ୍ଚଠାକୁରାଣୀଙ୍କ ଯାତ୍ରା ନବମ ଦିନରେ ପହଞ୍ଚିଛି। ପଞ୍ଚ ଠାକୁରାଣୀ ମା’ କନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ବଡବଜାରସ୍ଥିତ ଅସ୍ଥାୟୀ ମନ୍ଦିରରେ ପୂଜାପାଉଛନ୍ତି। ଏଥିଲାଗି ସମଗ୍ର ସହର ଉସବମୁଖର ହୋଇପଡିଛି। ଗୁରବାର ସଂକ୍ରାନ୍ତି ହୋଇଥିବାରୁ ମା’ଙ୍କ ଦର୍ଶନ ଲାଗି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖାଦେଇଛି। ପୁରୁଷୋତ୍ତମପୁର ସମେତ ଆଖପାଖ ଗ୍ରାମବାସୀ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବାରେ ଲାଗିଛନ୍ତି।
The post ଠାକୁରାଣୀ ଯାତ୍ରା: ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ appeared first on Dharitri Odia News.