ଭିନ୍ନ ଧର୍ମର ଦମ୍ପତିଙ୍କୁ ନେଇ ଡେରାଡୁନ୍ ରେଳଷ୍ଟେସନରେ ତୁମୁଳ କାଣ୍ଡ, ୧୦୦ ଗିରଫ
ଡେରାଡୁନ୍: ଉତ୍ତରପ୍ରଦେଶର ଏକ ଅନ୍ତରଧାର୍ମିକ ଦମ୍ପତିଙ୍କୁ କେନ୍ଦ୍ର କରି ଡେରାଡୁନ୍ ରେଳ ଷ୍ଟେସନ୍ରେ ତୁମୁଳ କାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରିଛି। ରେଳଷ୍ଟେସନ ନିକଟରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ତୀବ୍ର ଯୁକ୍ତିତର୍କ ଚାଲିଥିଲା। ଉଭୟଙ୍କୁ ଦେଖି ସ୍ଥାନୀୟ ବଜରଙ୍ଗ ଦଳର ବିକାଶ ବର୍ମାଙ୍କ ନେତୃତ୍ବରେ କେତେକ ଯୁବକ ସେଠାରେ ପହଞ୍ଚିଥିଲେ। ଅପରପକ୍ଷରେ ଆଜାଦ ସମାଜ ପାର୍ଟିର ଡେରାଡୁନ୍ ସିଟି ଅଧ୍ୟକ୍ଷ ଅସିଫ୍ କୁରେସିଙ୍କ ନେତୃତ୍ବରେ କେତେକ […]

ଡେରାଡୁନ୍: ଉତ୍ତରପ୍ରଦେଶର ଏକ ଅନ୍ତରଧାର୍ମିକ ଦମ୍ପତିଙ୍କୁ କେନ୍ଦ୍ର କରି ଡେରାଡୁନ୍ ରେଳ ଷ୍ଟେସନ୍ରେ ତୁମୁଳ କାଣ୍ଡ ଘଟିଛି। ଏହି ଘଟଣାରେ ପୁଲିସ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରିଛି। ରେଳଷ୍ଟେସନ ନିକଟରେ ଏହି ଦମ୍ପତିଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ତୀବ୍ର ଯୁକ୍ତିତର୍କ ଚାଲିଥିଲା। ଉଭୟଙ୍କୁ ଦେଖି ସ୍ଥାନୀୟ ବଜରଙ୍ଗ ଦଳର ବିକାଶ ବର୍ମାଙ୍କ ନେତୃତ୍ବରେ କେତେକ ଯୁବକ ସେଠାରେ ପହଞ୍ଚିଥିଲେ। ଅପରପକ୍ଷରେ ଆଜାଦ ସମାଜ ପାର୍ଟିର ଡେରାଡୁନ୍ ସିଟି ଅଧ୍ୟକ୍ଷ ଅସିଫ୍ କୁରେସିଙ୍କ ନେତୃତ୍ବରେ କେତେକ ସେଠାରେ ପହଞ୍ଚିଯାଇଥିଲେ। ପ୍ରଥମେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଓ ପରେ ଢେଲାପଥର ମାଡ଼ ହୋଇଥିଲା। ଷ୍ଟେସନରେ ଥିବା ଲୋକମାନେ ଭୟରେ ଯେଯେଉଁଆଡ଼େ ପାରିଲେ ଦୌଡ଼ିଥିଲେ। ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଥାନାକୁ ନେଇଥିଲେ। ଏସ୍ଏସ୍ପି ଅଜୟ ସିଂହଙ୍କ ସୂଚନାନୁସାରେ, ଏହି ଘଟଣାରେ ଉଭୟ ଗୋଷ୍ଠୀର ୧୦୦ ଜଣଙ୍କୁ ଗିରଫ କରାଯାଇଛି। ତେବେ ଷ୍ଟେସନରୁ ଉଦ୍ଧାର ହୋଇଥିବା ଦମ୍ପତିଙ୍କ ମଧ୍ୟରୁ ମହିଳାଙ୍କ ବୟସ ୧୫ରୁ ୧୬ ବର୍ଷ। ତାଙ୍କ ଘର ଉତ୍ତରପ୍ରଦେଶର ବଦାଉଁ ଜିଲ୍ଲା। ଯୁବକଙ୍କ ଘର ଡେରାଡୁନ୍। ନାବାଳିକା ଜଣକ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି। ତାଙ୍କର ପିତାମାତା ଦୁଇଦିନ ପୂର୍ବେ ନାବାଳିକାଙ୍କ ନିଖୋଜ ଅଭିଯୋଗ ଥାନାରେ ଦାଏର କରିଥିଲେ। ସଂପ୍ରତି ତାଙ୍କ ପିତାମାତାଙ୍କୁ ଏନେଇ ସୂଚନା ଦିଆଯାଇଛି । ସେମାନେ ଡେରାଡୁନ୍ ଆସୁଛନ୍ତି।