ଝାଡ଼ଖଣ୍ଡରେ ବାଜି ମାରିଲେ ଓଡ଼ିଆ ଝିଅ କଳ୍ପନା ସୋରେନ
ରାଞ୍ଚି : ଝାଡ଼ଖଣ୍ଡରେ ମ୍ୟାଜିକ ନଂ ପାର କରିଛି ଇଣ୍ଡି ମେଣ୍ଟ । ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମିଶି ନିର୍ବାଚନ ଲଢୁଛନ୍ତି । ତେବେ ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ । ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି। ତେବେ କଳ୍ପନାଙ୍କର ବିଜୟ ଆନୁଷ୍ଠାନିକ ଭାବେ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। କଳ୍ପନା […]

ରାଞ୍ଚି : ଝାଡ଼ଖଣ୍ଡରେ ମ୍ୟାଜିକ ନଂ ପାର କରିଛି ଇଣ୍ଡି ମେଣ୍ଟ । ଝାଡ଼ଖଣ୍ଡରେ ଏଥର କଂଗ୍ରେସ ଏବଂ ଜେଏମଏମ୍ ମିଶି ନିର୍ବାଚନ ଲଢୁଛନ୍ତି । ତେବେ ଝାଡଖଣ୍ଡର ବହୁ ଚର୍ଚ୍ଚିତ ସିଟ୍ ଦଖଲ କରିଛି ଜେଏମଏମ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ ତଥା ଓଡ଼ିଆ ଝିଅ କଳ୍ପନା ସୋରେନ । ସୁମାର ଗୋଣ୍ଡେୟ ବିଧାନସଭା ଆସନରେ ବଡ଼ ବିଜୟ ହାସଲ କରିଛନ୍ତି। ତେବେ କଳ୍ପନାଙ୍କର ବିଜୟ ଆନୁଷ୍ଠାନିକ ଭାବେ ଘୋଷଣା ଏପର୍ଯ୍ୟନ୍ତ କରାଯାଇ ନାହିଁ। କଳ୍ପନା ବହୁ ରାଉଣ୍ଡ ଆଗରେ ଅଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ଭାଜପା ପ୍ରାର୍ଥୀ ମୁନିୟା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ଆସନ ଜିତିବା ପାଇଁ କଳ୍ପନାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଆରମ୍ଭରୁ କଳ୍ପନା ଏହି ଆସନରେ ହଜାରେ ଭୋଟରେ ପଛରେ ପଡ଼ିଥିଲେ, କିନ୍ତୁ ଶେଷରେ ସେ ବିଜୟୀ ହୋଇଛନ୍ତି। କଳ୍ପନାଙ୍କୁ ବର୍ତ୍ତମାନ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଗେମ୍ ଚେଞ୍ଜର ଭାବରେ ବିବେଚନା କରାଯାଉଛି।
ଅନ୍ୟପଟେ ଗୟା ଜିଲ୍ଲାର ଇମାମଗଞ୍ଜ ବିଧାନସଭା ଆସନରୁ ଜିତିଛନ୍ତି ଏନ୍ଡ଼ିଏ ପ୍ରାର୍ଥୀ ତଥା ଜିତନ ରାମ ମାଝୀଙ୍କ ବୋହୁ ଦୀପା ମାଝୀ । ଦୀପା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ସେ ମହାମେଣ୍ଟ ପ୍ରାର୍ଥୀ ରୋଶନ ମାଝୀ ଓ ଜନ ସୁରଜଙ୍କ ଜିତେନ୍ଦ୍ର ପାଶୱାନଙ୍କୁ ପରାସ୍ତ କରିଛନ୍ତି ।
ଦୀପା ମାଝୀଙ୍କ ଶ୍ୱଶୁର ଜିତନ ରାମ ମାଝୀ ହେଉଛନ୍ତି ଜଣେ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ସ୍ୱାମୀ ସନ୍ତୋଷ କୁମାର ସୁମନ ବିହାର ସରକାରରେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ଏବଂ ଲଗାତାର ଦୁଇ ଥର ଏମଏଲଏ ରହିଆସିଛନ୍ତି । ଇମାମଗଞ୍ଜରୁ ନିର୍ବାଚନ ଜିତିବା ପରେ ଇମାମଗଞ୍ଜର ଇତିହାସ ମଧ୍ୟ ବଦଳିଯାଇଛି ଏବଂ ଇମାମଗଞ୍ଜକୁ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାୟକ ମିଳିଛି ।