ଠେଲିପେଲି ପକାଉଛନ୍ତି ବିଧାୟକ: ଭାଇରାଲ ହେଉଛି ଭିଡିଓ
ନିଶ୍ଚିନ୍ତକୋଇଲି,୧୩।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପୁଷ୍ୟାଭିଷେକ ଉତ୍ସବ ଓ ପୀଠର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ସାରଦା ପ୍ରଧାନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇଥିଲେ। ସେ ଶିଳାନ୍ୟାସ ଉତ୍ସବକୁ ଗଲାବେଳେ ସାଙ୍ଗରେ ବିଧାୟକ ପ୍ରକାଶ ସେଠୀ ଓ ସାରଦା ପ୍ରଧାନ ସାମିଲ ହୋଇଥିଲେ। ଏହି ସମୟରେ ସେ […] The post ଠେଲିପେଲି ପକାଉଛନ୍ତି ବିଧାୟକ: ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୧୩।୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପୁଷ୍ୟାଭିଷେକ ଉତ୍ସବ ଓ ପୀଠର ଉନ୍ନତିକରଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ସାରଦା ପ୍ରଧାନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇଥିଲେ। ସେ ଶିଳାନ୍ୟାସ ଉତ୍ସବକୁ ଗଲାବେଳେ ସାଙ୍ଗରେ ବିଧାୟକ ପ୍ରକାଶ ସେଠୀ ଓ ସାରଦା ପ୍ରଧାନ ସାମିଲ ହୋଇଥିଲେ।
ଏହି ସମୟରେ ସେ ଭାଜପା କର୍ମୀ ଓ ସୁରକ୍ଷା କର୍ମୀଙ୍କୁ ଠେଲା ପେଲା କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟରେ ଭାଇରାଲ ହେବାରେ ଲାଗିଛି। ଏନେଇ ନେତା ଓ କର୍ମୀଙ୍କ ମଧ୍ୟରେ କ’ଣ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ଠେଲିପେଲି ପକାଉଛନ୍ତି ବିଧାୟକ: ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.