ଡକାୟତି ପାଇଁ ଚାଲିଥିଲା ପ୍ଲାନ୍, ୭ ଜଣଙ୍କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ୧୮।୦୨ : ଡକାୟତ ପାଇଁ ଚାଲିଥିଲା ପ୍ଲାନ୍‌ । ପୋଲିସ ଚଢାଉ କରି ୭ ଜଣଙ୍କୁ କାବୁ କରିଛି । ଏହାସହିତ ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ କରିଛି । ବ୍ରହ୍ମପୁର ଜାତୀୟ ରାଜପତ ୧୬ ସାଇବିହାର ହାଇଓ୍ୱା ଢାବା ନିକଟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ବ୍ରହ୍ମପୁର ଜାତୀୟ ରାଜପଥ ୧୬ ସାଇବିହାର ହାଇଓ୍ୱା ଢାବା ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ ଗ୍ୟାଙ୍ଗ । ଏହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ହଠାତ୍‌ ଢାବା ନିକଟରେ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୭ ଜଣଙ୍କୁ କାବୁ କରିବାରେ ସଫଳ ବି ହୋଇଥିଲା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୪ଟି ଷ୍ଟିଲ୍‌ ରଡ୍‌, ୭ଟି ମୋବାଇଲ୍‌ ଫୋନ୍‌, ନଗଦ ୩୫୦୦ ଟଙ୍କା, ଟାଟା ସୁମୋ ଗାଡି ଜବତ ହୋଇଛି । ତେବେ ୭ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି । 

ଡକାୟତି ପାଇଁ ଚାଲିଥିଲା ପ୍ଲାନ୍, ୭ ଜଣଙ୍କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର ୧୮।୦୨ : ଡକାୟତ ପାଇଁ ଚାଲିଥିଲା ପ୍ଲାନ୍‌ । ପୋଲିସ ଚଢାଉ କରି ୭ ଜଣଙ୍କୁ କାବୁ କରିଛି । ଏହାସହିତ ସେମାନଙ୍କ ନିକଟରୁ ଅନେକ ସାମଗ୍ରୀ ଜବତ କରିଛି । ବ୍ରହ୍ମପୁର ଜାତୀୟ ରାଜପତ ୧୬ ସାଇବିହାର ହାଇଓ୍ୱା ଢାବା ନିକଟରେ ଘଟିଛି ଏହି ଘଟଣା । 

ଖବର ଅନୁଯାୟୀ, ବ୍ରହ୍ମପୁର ଜାତୀୟ ରାଜପଥ ୧୬ ସାଇବିହାର ହାଇଓ୍ୱା ଢାବା ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ ଗ୍ୟାଙ୍ଗ । ଏହି ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ହଠାତ୍‌ ଢାବା ନିକଟରେ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୭ ଜଣଙ୍କୁ କାବୁ କରିବାରେ ସଫଳ ବି ହୋଇଥିଲା ପୋଲିସ । ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୪ଟି ଷ୍ଟିଲ୍‌ ରଡ୍‌, ୭ଟି ମୋବାଇଲ୍‌ ଫୋନ୍‌, ନଗଦ ୩୫୦୦ ଟଙ୍କା, ଟାଟା ସୁମୋ ଗାଡି ଜବତ ହୋଇଛି । ତେବେ ୭ ଜଣଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ।