‘ଡବଲ ଇଞ୍ଜିନ’ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ, ‘ନବୀନ ଇଞ୍ଜିନ’ ଓଡ଼ିଶାର ଉନ୍ନତି କରିବ : କାର୍ତ୍ତିକ ପାଣ୍ଡିଆନ

ନୂଆପଡ଼ା : ଭବାନୀପାଟଣା ପରେ ନୂଆପଡାରୁ ଖରିଆର ସଭାରୁ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସଭା ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, ବିଏସକେୱାଇ, ମମତା, ମଧୁବାବୁ ପେନସନ, କାଳିଆ, ଲକ୍ଷ୍ମୀ, ମିଶନ ଶକ୍ତି, ନୂଆ-ଓ, ୫-ଟି ସ୍କୁଲ ବନ୍ଦ କରିବାକୁ ବିଜେପି ସଂକଳ୍ପ ନେଇଛି। ଏନେଇ ଗତକାଲି ବିଜେପି ତାର ନିର୍ବାଚନୀ ଇସ୍ତାହାରରେ କହିଛି ଯେ ବିଜେପି ସରକାର ଆସିଲେ ଜୁନ୍ ୧୦ ପରେ ସମସ୍ତ ଯୋଜନାକୁ ବନ୍ଦ କରିବେ […]

‘ଡବଲ ଇଞ୍ଜିନ’ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ, ‘ନବୀନ ଇଞ୍ଜିନ’ ଓଡ଼ିଶାର ଉନ୍ନତି କରିବ : କାର୍ତ୍ତିକ ପାଣ୍ଡିଆନ
'Double Engine' will take the state back by 20 years, 'Naveen Engine' will improve Odisha

ନୂଆପଡ଼ା : ଭବାନୀପାଟଣା ପରେ ନୂଆପଡାରୁ ଖରିଆର ସଭାରୁ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସଭା ମଞ୍ଚ ଉପରୁ ପାଣ୍ଡିଆନ କହିଛନ୍ତି, ବିଏସକେୱାଇ, ମମତା, ମଧୁବାବୁ ପେନସନ, କାଳିଆ, ଲକ୍ଷ୍ମୀ, ମିଶନ ଶକ୍ତି, ନୂଆ-ଓ, ୫-ଟି ସ୍କୁଲ ବନ୍ଦ କରିବାକୁ ବିଜେପି ସଂକଳ୍ପ ନେଇଛି। ଏନେଇ ଗତକାଲି ବିଜେପି ତାର ନିର୍ବାଚନୀ ଇସ୍ତାହାରରେ କହିଛି ଯେ ବିଜେପି ସରକାର ଆସିଲେ ଜୁନ୍ ୧୦ ପରେ ସମସ୍ତ ଯୋଜନାକୁ ବନ୍ଦ କରିବେ । କିନ୍ତୁ ଆପଣ ଆଶୀର୍ବାଦ ଦେବା ସହ ନବୀନଙ୍କ ହାତ ମୁଠାକୁ ଟାଣ କରନ୍ତୁ, କେହି ସାହସ କରିବେନି ଏହି ଯୋଜନା ସବୁକୁ ବନ୍ଦ କରିବାକୁ ।

ଏଥି ସହିତ ବିଜେପି ବାରମ୍ବାର କହୁଥିବା ଡବଲ ଇଞ୍ଜିନ ସରକାରକୁ ତାତ୍ସଲ୍ୟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ହିଁ କେବଳ ରାଜ୍ୟକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବେ । ବିଜେପି ଯେଉଁ ଡବଲ ଇଞ୍ଜିନ୍ କଥା କହୁଛି ତାହା କିଛି କାମ ଦେବନି । କାରଣ ଯେଉଁ ଯେଉଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହୋଇଛି ସେସବୁ ରାଜ୍ୟ ୨୦ ବର୍ଷ ତଳକୁ ଖସିଯାଇଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟ ଏହାର ଉଦାହରଣ । ଏସବୁ ରାଜ୍ୟରେ ଲୋକେ ଡବଲ ଇଞ୍ଜିନ ଗାଡି ଉପରେ ଭରସା କରି ତେଲ ପକାଇଥିଲେ । ହେଲେ ଦୁର୍ଭାଗ୍ୟ , ଡବଲ ଇଞ୍ଜିନ ଗାଡିରେ ଅଧାରେ ତେଲ ସରିଗଲା ଆଉ ଗାଡି ଅଟକିଗଲା। କିନ୍ତୁ ଓଡ଼ିଶାରେ ଲୋକଙ୍କ ଆପଣଙ୍କ ଆଶୀର୍ବାଦରେ ବିଜେଡି ଇତିହାସ ରଚିବ। ନବୀନ ବାବୁଙ୍କ ଗ୍ୟାରେଣ୍ଟି କେବେ ଫେଲ ମାରିବନି କି ନବୀନ ଇଞ୍ଜିନରେ କେବେ ତେଲ ସରିବ ନାହିଁ।

ସେହିପରି ପାଣ୍ଡିଆନ କହିଛନ୍ତି, ବିରୋଧୀ ବାରମ୍ବାର କହୁଛନ୍ତି ମୁଖ୍ୟମନ୍ତ୍ରୀ ୨୪ ବର୍ଷରେ କଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ୨୪ ବର୍ଷ ହେବ ଓଡ଼ିଶାବାସୀଙ୍କ ସେବା କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି । କିନ୍ତୁ ୨୪ ବର୍ଷ ଭିତରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ପାଇଲା ନାହିଁ । ଚଳିତ ନିର୍ବାଚନରେ ବିଜେପି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ ତେବେ ଦୁଇ ଅଙ୍କ ଆସନ ମଧ୍ୟ ଟପିପାରିବ ନାହିଁ । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଉଛନ୍ତି । ପୁଣିଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି।

ଏଥି ସହିତ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଗତକାଲି ବିଜେପି ଯେଉଁ ଇସ୍ତାହାର ଆଣିଛି ସେଥିରେ ଯୁବଗୋଷ୍ଠୀଙ୍କ ପାଇଁ କିଛି ବି ସୁଯୋଗ ନାହିଁ । ଏଥିରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କିଛି ବିଶେଷ ସୁବିଧା ନାହିଁ । ଡବଲ ଇଞ୍ଚିନ ସରକାର ଥିବା ରାଜ୍ୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୧୫ର ୨୦ ପ୍ରତିଶତ ବୃତ୍ତି ମିଳୁଛି । ହେଲେ ଓଡିଶାରେ ନବୀନ ସରକାର ଛାତ୍ରଛାତ୍ରୀଙ୍କୁ ୯୫ ପ୍ରତିଶତ ଛାତ୍ରବୃତ୍ତି ଯୋଗାଇଛି । । ଏସବୁ କେବଳ ନବୀନ ଇଞ୍ଜିନ କରିପାରିଛି ଏବଂ ଆଗକୁ ମଧ୍ୟ ଆହୁରି କରିବ। ରାଜ୍ୟର ସଂସ୍କୃତିକୁ ନବୀନ ସରକାର ଗୁରୁତ୍ବ ଦେଉଛି।  ଶ୍ରୀମନ୍ଦିର ପରିକ୍ରମା, ମା’ ସମଲେଇଙ୍କ ରୂପାନ୍ତରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଯାହା ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଅଛି ସିଏ ହିଁ ଜଗନ୍ନାଥଙ୍କ କାମ କରିପାରିବ । ମହାପ୍ରଭୁଙ୍କ ବିନା ପତ୍ରଟିଏ ମଧ୍ୟ ହଲେନି । ମହାପ୍ରଭୁ ଚାହିଁଲେ ଗାଁ ଗହଳିରେ ଥିବା ମଠ ମନ୍ଦିରର ଉନ୍ନତିକରଣ ହୋଇପାରିଛି। ଲୋକ ପୁଣିଥରେ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିବେ ଏବଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଇବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।