‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l ଏଥିରେ ଭାଜପାର ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥର ପୁଣି ଡବଲ ଇଂଜିନ ସରକାର ଆସିବ। କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ବିଜେଡିକୁ ହଟାଇ ଭାଜପା ସରକାର ଆଣିବା ପାଇଁ ଆହ୍ବାନ ଦିଆଯାଇଥିଲା। ଏଥିଲାଗି ସମୂହ ସଂକଳ୍ପ ଶପଥପାଠ କରାଯାଇଥିଲା। […] The post ‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’ appeared first on Dharitri Odia News.

‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’

ଛତ୍ରପୁର,୨୮।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍‌ଠାରେ ଭାଜପା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଛି l ଏଥିରେ ଭାଜପାର ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥର ପୁଣି ଡବଲ ଇଂଜିନ ସରକାର ଆସିବ। କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ବିଜେଡିକୁ ହଟାଇ ଭାଜପା ସରକାର ଆଣିବା ପାଇଁ ଆହ୍ବାନ ଦିଆଯାଇଥିଲା। ଏଥିଲାଗି ସମୂହ ସଂକଳ୍ପ ଶପଥପାଠ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳରୁ ଆସିଥିବା ୩୦ ଜଣ ଭାଜପାରେ ସାମିଲ ହୋଇଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ଭାଜପା ନେତା ବନମାଳୀ ସେଠୀ, ପ୍ରଶାନ୍ତ କୁମାର କର, ରାଜ୍ୟ ଭାଜପା ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସରୋଜ ସାବତ, ପ୍ରଦୀପ ପାଢ଼ୀ, ରଶ୍ମିତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

The post ‘ଡବଲ ଇଞ୍ଜିନ ସରକାର ଲାଗି ଶପଥପାଠ କରାଇଲା ଭାଜପା’ appeared first on Dharitri Odia News.