ଡବଲ ଷ୍ଟାଣ୍ଡାର୍ଡରୁ ଦୂରେଇ ରୁହ ... ରୁଷ୍ ସହ ବାଣିଜ୍ୟକୁ ନେଇ NATOର ଧମକରେ ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ : ନାଟୋ ମୁଖ ମାର୍କ ରୁଟ୍ଟ୍‌ଙ୍କ ବିବୃତ୍ତିକୁ ନେଇ ଭାରତ ଗୁରୁବାର କଡ଼ା ପ୍ରତିବାଦ କରିଛି। ଯେଉଁଥିରେ ସେ ରୁଷ୍‌ ସହ ବାଣିଜ୍ୟିକ ସମ୍ୱନ୍ଧ ରଖିଥିବା ଦେଶ , ବିଶେଷକରି ଭାରତ , ଚୀନ ଓ ବ୍ରାଜିଲକୁ ସେକେଣ୍ଡାରୀ ପ୍ରତିବନ୍ଧକ ଲଗାଇବାର ଧମକ ଦେଇଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତର ବିଦେଶ ମନ୍ତ୍ରଣାଳୟ ଡବଲ ଷ୍ଟାଣ୍ଡାର୍ଡକୁ ନେଇ କଡ଼ା ଚେତାବନୀ ଦେଇଛି।ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ ସାପ୍ତାହିକ ପ୍ରେସ୍‌ ବ୍ରିଫିଂରେ କହିଛନ୍ତି, ଆମେ ଏହି ବିଷୟରେ ରିପୋର୍ଟ ସବୁ ଦେଖିଛୁ ଏବଂ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ମୁଁ ଦୋହରାଇବାକୁ ଚାହୁଁଛି ଯେ, ଆମ ଲୋକଙ୍କ ଶକ୍ତିର ଆବଶ୍ୟକତାକୁ ସୁରକ୍ଷିତ କରିବା, ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା।  ସେ ଆହୁରି କହିଛନ୍ତି , ମାର୍କେଟ୍‌ରେ କଣ ଉପଲବ୍ଧ ଓ ଦୁନିଆରେ କେମିତି ସ୍ଥିତିରେ ଅଛି, ଏହାକୁ ଦେଖି ଆମେ ଏହି ନିଷ୍ପତ୍ତି ନେଇଥାଉ। ଉକ୍ତ ମାମଲାରେ ଆମେ ବିଶେଷ ଭାବେ ଡବଲ ଷ୍ଟାଣ୍ଡାର୍ଡସକୁ ଏଡେଇବାକୁ ପରାମର୍ଶ ଦେବୁ। ନାଟୋ ମୁଖ୍ୟ ରୁଟ୍ଟ୍ ୱାଂଶିଟନରେ ଆମେରିକୀୟ ସିନେଟର ଥମ୍‌ ଟିଲିସ ଓ ଜିନ ଶାହିନଙ୍କ ସହ ପ୍ରେସ୍‌ କନଫରେନ୍ସରେ ଭାରତ , ଚୀନ ଓ ବ୍ରାଜିଲକୁ ରୁଷ୍‌ ସହ ନିଜର ଆର୍ଥିକ ସଂପର୍କ ଉପରେ ପୁନର୍ବିଚାର କରିବାକୁ କହି ଥିଲେ। ସେ ଚେତାବନୀ ଦେଇଥିଲେ ଯେ, ଯଦି ରୁଷ୍‌ ଶାନ୍ତି ବାର୍ତ୍ତା ପାଇଁ ଗମ୍ଭୀରତା ନଦେଖାଏ , ତ ଏହି ଦେଶ ୧୦୦ ପ୍

ଡବଲ ଷ୍ଟାଣ୍ଡାର୍ଡରୁ ଦୂରେଇ ରୁହ ... ରୁଷ୍ ସହ ବାଣିଜ୍ୟକୁ ନେଇ NATOର ଧମକରେ ଭାରତର କଡ଼ା ପ୍ରତିକ୍ରିୟା

ନୂଆଦିଲ୍ଲୀ : ନାଟୋ ମୁଖ ମାର୍କ ରୁଟ୍ଟ୍‌ଙ୍କ ବିବୃତ୍ତିକୁ ନେଇ ଭାରତ ଗୁରୁବାର କଡ଼ା ପ୍ରତିବାଦ କରିଛି। ଯେଉଁଥିରେ ସେ ରୁଷ୍‌ ସହ ବାଣିଜ୍ୟିକ ସମ୍ୱନ୍ଧ ରଖିଥିବା ଦେଶ , ବିଶେଷକରି ଭାରତ , ଚୀନ ଓ ବ୍ରାଜିଲକୁ ସେକେଣ୍ଡାରୀ ପ୍ରତିବନ୍ଧକ ଲଗାଇବାର ଧମକ ଦେଇଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତର ବିଦେଶ ମନ୍ତ୍ରଣାଳୟ ଡବଲ ଷ୍ଟାଣ୍ଡାର୍ଡକୁ ନେଇ କଡ଼ା ଚେତାବନୀ ଦେଇଛି।

ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ ସାପ୍ତାହିକ ପ୍ରେସ୍‌ ବ୍ରିଫିଂରେ କହିଛନ୍ତି, ଆମେ ଏହି ବିଷୟରେ ରିପୋର୍ଟ ସବୁ ଦେଖିଛୁ ଏବଂ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ମୁଁ ଦୋହରାଇବାକୁ ଚାହୁଁଛି ଯେ, ଆମ ଲୋକଙ୍କ ଶକ୍ତିର ଆବଶ୍ୟକତାକୁ ସୁରକ୍ଷିତ କରିବା, ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା।  

ସେ ଆହୁରି କହିଛନ୍ତି , ମାର୍କେଟ୍‌ରେ କଣ ଉପଲବ୍ଧ ଓ ଦୁନିଆରେ କେମିତି ସ୍ଥିତିରେ ଅଛି, ଏହାକୁ ଦେଖି ଆମେ ଏହି ନିଷ୍ପତ୍ତି ନେଇଥାଉ। ଉକ୍ତ ମାମଲାରେ ଆମେ ବିଶେଷ ଭାବେ ଡବଲ ଷ୍ଟାଣ୍ଡାର୍ଡସକୁ ଏଡେଇବାକୁ ପରାମର୍ଶ ଦେବୁ। 

ନାଟୋ ମୁଖ୍ୟ ରୁଟ୍ଟ୍ ୱାଂଶିଟନରେ ଆମେରିକୀୟ ସିନେଟର ଥମ୍‌ ଟିଲିସ ଓ ଜିନ ଶାହିନଙ୍କ ସହ ପ୍ରେସ୍‌ କନଫରେନ୍ସରେ ଭାରତ , ଚୀନ ଓ ବ୍ରାଜିଲକୁ ରୁଷ୍‌ ସହ ନିଜର ଆର୍ଥିକ ସଂପର୍କ ଉପରେ ପୁନର୍ବିଚାର କରିବାକୁ କହି ଥିଲେ। ସେ ଚେତାବନୀ ଦେଇଥିଲେ ଯେ, ଯଦି ରୁଷ୍‌ ଶାନ୍ତି ବାର୍ତ୍ତା ପାଇଁ ଗମ୍ଭୀରତା ନଦେଖାଏ , ତ ଏହି ଦେଶ ୧୦୦ ପ୍ରତିଶତ ସେକେଣ୍ଡାରୀ ସାଙ୍କସନ୍ସର ପରିସରକୁ ଆସିପାରେ। 

ରୁଟ୍ଟ୍‌ କହିଥିଲେ , ଯଦି ଆପଣ ବେଜିଂ , ଦିଲ୍ଲୀ ବା ବ୍ରାଜିଲରେ ଅଛନ୍ତି, ତ ଆପଣଙ୍କୁ ଏହି କଥାକୁ ଗୁରୁତର ସହ ନେବା ଉଚିତ୍‌, କାରଣ ଏହା ଆପଣଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇ ପାରେ। ପୁଟିନଙ୍କୁ ଫୋନ୍‌ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଯେ, ସେ ଶାନ୍ତି ବାର୍ତ୍ତାକୁ ନେଇ ଗମ୍ଭୀର ହୁଅନ୍ତୁ , ବରଂ ଏହାର ସିଧା ପ୍ରଭାବ ଭାରତ , ଚୀନ ଓ ବ୍ରାଜିଲ ଉପରେ ପଡ଼ିବ। 

ତାଙ୍କର ଏହି ବୟାନ ସେହି ସମୟରେ ଆସିଛି , ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ଅତିରିକ୍ତ ସାମରିକ ସହାୟତା ଦେବା ଓ ରୁଷ୍‌କୁ ୫୦ ଦିନ ଭିତରେ ଶାନ୍ତି ବାର୍ତ୍ତା ଆରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏମିତି ନକଲେ ରୁଷ୍‌ ସହ ବାଣିଜ୍ୟିକ ସମ୍ୱନ୍ଧ ରଖୁଥିବା ଦେଶ ଗୁଡ଼ିକ ଉପରେ ପୂର୍ଣ୍ଣ ସେକେଣ୍ଡାରୀ ପ୍ରତିବନ୍ଧକ ଲଗାଯିବ।