ନିର୍ବାଚନ ଫଳ ଘୋଷଣା ପରେ ପୁଣି ଇଣ୍ଡିଆ ମେଣ୍ଟର ବୈଠକ: ଦିଲ୍ଲୀରେ ଊପସ୍ଥିତ ରହିବେ ସମସ୍ତ ନେତା

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ବାଚନ ଫଳାଫଳ ଘୋଷଣା ହେବ। ଏଥିପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟ ରଣନୀତି ପ୍ରସ୍ତୁତ କରିଛି। ଫଳଫଳ ଘୋଷଣା ପରେ ଦିଲ୍ଲୀରେ ମେଣ୍ଟର ବୈଠକ ହେବ। ବୈଠକରେ ପରବର୍ତ୍ତି ରଣନୀତି ପ୍ରସ୍ତୁତ ହେବ। ଜୁନ ୧ ତାରିଖରେ ବସିଥିବା ମେଣ୍ଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିଲା।  ତେବେ ବୈଠକ ଆସନ୍ତାକାଲି ସନ୍ଧ୍ୟାରେ କିମ୍ବା ବୁଧବାର ସକାଳେ ହେଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଜୁନ୍ ୨ ତାରିଖରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ବୈଠକ ହୋଇଥିଲା ଏଥିରେ ମେଣ୍ଟର ପ୍ରମୁଖ ଦଳ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ଭେଣୁଗୋପାଲ ଉପସ୍ଥିତ ଥିଲେ। ସେହିପରି ସମାଜବାଦୀ ପାର୍ଟି, ସିପିଆଇ (ଏମ୍), ସିପିଆଇ, ଡିଏମକେ, ଜେଏମଏମ, ଏଏପି, ଆରଜେଡି, ଶିବସେନା (ୟୁବିଟି) ଏବଂ ଏନସିପି (ଶରଦ ପାୱାର) ମଧ୍ୟ ମିଟିଂରେ ପ୍ରତିନିଧିତ୍ୱ କରିଥିଲେ।ବୈଠକରେ ଶରଦ ପାୱାର, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଅନୀଲ ଦେଶାଇ, ସୀତାରାମ ୟେଚୁରୀ, ଅରବିନ୍ଦ କେଜ୍ରିୱାଲ, ଭଗବନ୍ତ ମନ, ସଞ୍ଜୟ ସିଂ, ରାଘବ ଚଢା, ଚମ୍ପାଇ ସୋରେନ, କଳ୍ପନା ସୋରେନ, ଟି ଆର ବାଲୁ, ଫାରୁକ୍ ଅବଦୁଲ୍ଲା, ଡି. ରାଜା ସଭାରେ ଯୋଗ ଦେଇଥିଲେ। ବୈଠକରେ ଟିଏମ୍‌ସି ଓ ପିଡିପିରେ କେହି ଯୋଗ ଦେଇ ନଥିଲେ। ବୈଠକ ପରେ ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତୁଛି ବୋଲି ଆକଳନ କର

ନିର୍ବାଚନ ଫଳ ଘୋଷଣା ପରେ ପୁଣି ଇଣ୍ଡିଆ ମେଣ୍ଟର ବୈଠକ: ଦିଲ୍ଲୀରେ ଊପସ୍ଥିତ ରହିବେ ସମସ୍ତ ନେତା

ନୂଆଦିଲ୍ଲୀ: ଆସନ୍ତାକାଲି ନିର୍ବାଚନ ଫଳାଫଳ ଘୋଷଣା ହେବ। ଏଥିପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟ ରଣନୀତି ପ୍ରସ୍ତୁତ କରିଛି। ଫଳଫଳ ଘୋଷଣା ପରେ ଦିଲ୍ଲୀରେ ମେଣ୍ଟର ବୈଠକ ହେବ। ବୈଠକରେ ପରବର୍ତ୍ତି ରଣନୀତି ପ୍ରସ୍ତୁତ ହେବ। ଜୁନ ୧ ତାରିଖରେ ବସିଥିବା ମେଣ୍ଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଥିଲା।  ତେବେ ବୈଠକ ଆସନ୍ତାକାଲି ସନ୍ଧ୍ୟାରେ କିମ୍ବା ବୁଧବାର ସକାଳେ ହେଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। 

ଜୁନ୍ ୨ ତାରିଖରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ବୈଠକ ହୋଇଥିଲା ଏଥିରେ ମେଣ୍ଟର ପ୍ରମୁଖ ଦଳ କଂଗ୍ରେସର ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ କେସି ଭେଣୁଗୋପାଲ ଉପସ୍ଥିତ ଥିଲେ। ସେହିପରି ସମାଜବାଦୀ ପାର୍ଟି, ସିପିଆଇ (ଏମ୍), ସିପିଆଇ, ଡିଏମକେ, ଜେଏମଏମ, ଏଏପି, ଆରଜେଡି, ଶିବସେନା (ୟୁବିଟି) ଏବଂ ଏନସିପି (ଶରଦ ପାୱାର) ମଧ୍ୟ ମିଟିଂରେ ପ୍ରତିନିଧିତ୍ୱ କରିଥିଲେ।

ବୈଠକରେ ଶରଦ ପାୱାର, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଅନୀଲ ଦେଶାଇ, ସୀତାରାମ ୟେଚୁରୀ, ଅରବିନ୍ଦ କେଜ୍ରିୱାଲ, ଭଗବନ୍ତ ମନ, ସଞ୍ଜୟ ସିଂ, ରାଘବ ଚଢା, ଚମ୍ପାଇ ସୋରେନ, କଳ୍ପନା ସୋରେନ, ଟି ଆର ବାଲୁ, ଫାରୁକ୍ ଅବଦୁଲ୍ଲା, ଡି. ରାଜା ସଭାରେ ଯୋଗ ଦେଇଥିଲେ। ବୈଠକରେ ଟିଏମ୍‌ସି ଓ ପିଡିପିରେ କେହି ଯୋଗ ଦେଇ ନଥିଲେ। ବୈଠକ ପରେ ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତୁଛି ବୋଲି ଆକଳନ କରିଥିଲେ।