ଡବଲ୍‌ ଇଞ୍ଜିନ ସରକାର ହେବା ଦିନରୁ ରାଜ୍ୟରେ ଅପରାଧୀଙ୍କ ରାଜ୍‌ ଚାଲିଛି : ବିଜେଡି

ଭୁବନେଶ୍ବର : ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବା ଦିନରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ବିଜେପିର ସାତ ମାସର ସରକାରରେ ରାଜ୍ୟରେ ଅରାଜକତା, ଅମାନବୀୟ କାଣ୍ଡ ବଢିବାରେ ଲାଗିଛି। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ […]

ଡବଲ୍‌ ଇଞ୍ଜିନ ସରକାର ହେବା ଦିନରୁ ରାଜ୍ୟରେ ଅପରାଧୀଙ୍କ ରାଜ୍‌ ଚାଲିଛି : ବିଜେଡି
Criminals have been ruling the state since the formation of the double engine government

ଭୁବନେଶ୍ବର : ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବା ଦିନରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ବିଜେପିର ସାତ ମାସର ସରକାରରେ ରାଜ୍ୟରେ ଅରାଜକତା, ଅମାନବୀୟ କାଣ୍ଡ ବଢିବାରେ ଲାଗିଛି। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଆଦିବାସୀଙ୍କୁ ମାଡ଼ ମାରିଛନ୍ତି ଅଣଆଦିବାସୀ । ରାଜ୍ୟରେ ଚାଲିଛି କଙ୍ଗାରୁ କୋର୍ଟ ବ୍ୟବସ୍ଥା । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।

ଚଳିତ ଡିସେମ୍ବର ୨୬ ରେ ରେମୁଣାର ମୁଖୁନା ପଂଚାୟତର ଛଣପଣପୁର ଗାଁରେ ଆଦିବାସୀ ମହିଳାଙ୍କୁ ଆକ୍ରମଣ ହୋଇଛି। ଏଭଳି ବର୍ବରକାଣ୍ଡ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଦୁଇ ଜଣ ମହିଳାଙ୍କୁ ଗଛରେ ବାନ୍ଧି ଦୁର୍ବୃତ୍ତ ପିଟୁଥିଲେ। ଜଣେ ଯୁବକ ଦୁଇ ଆଦିବାସୀ ମହିଳା ସୁବସିନୀ ସିଂ ଓ ଅନୁ ସିଂଙ୍କୁ ପିଟିଥିଲେ। ଘରେ ପଶି ଟାଣି ଘୋଷାରି ଲୁଗାପଟା ଛିଡାଇ ଗଛରେ ବାନ୍ଧି ପିଟିଥିଲେ। ଦୁଇ ତିନି ଘଣ୍ଟା ଏଭଳି ଘଟଣା ଚାଲିବା ପରେ ପୁଲିସ ପହଞ୍ଚିଥିଲେ।

ବିଜେଡିର ତଫ୍ୟାକ୍ଟ ଫାଇଣ୍ଡିଂ ଦଳ ଘଟଣାସ୍ଥଳ ଯାଇ ତଥ୍ୟ ଅନୁସନ୍ଧାନ କରିଛନ୍ତି । ଆଦିବାସୀଙ୍କ ଉପରେ ମାଡ଼ ହୋଇଛି। ରାଜ୍ୟରେ ବିଜେପି ସରକାର ପ୍ରଜା କୋର୍ଟର ପ୍ରଥା ସ୍ଥାପନ କରିବାକୁ ଉଦ୍ୟମ କରୁଛି। ରେମୁଣାର ଏହି ଘଟଣା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପରେ ଯେହେତୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ତେଣୁ ଦୁର୍ବୃତ୍ତ ମାନେ ନିର୍ଭୟରେ ଏଭଳି କରୁଛନ୍ତି। ମାଡ଼ ମାରିଥିବା ଯୁବକ ବିଜେପିର କାର୍ଯ୍ୟକର୍ତା। କିନ୍ତୁ ରେମୁଣା ଥାନା ଅଧିକାରୀ ତାଙ୍କୁ ଗିରଫ କରୁ ନାହାନ୍ତି। କାହାର ଛତ୍ରଛାୟାରେ ଏଭଳି ହେଉଛି ବୋଲି ପ୍ରଶ୍ନ କରିଛି ବିଜେଡି।

ନୀଳଗିରି ବିଧାୟକ, ବାଲେଶ୍ୱର ସାଂସଦଙ୍କ ସହ ଅଭିଯୁକ୍ତ ବାଦଲ ପଣ୍ଡାଙ୍କ ଫଟୋ ରହିଛି। ଆଉ ଏହି ଭିଡ଼ିଓକୁ ଭାଇରାଲ କରିବା ଲୋକ ନିଜେ ବାଦଲ। ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପିଟିଲେ। ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସୁବସିନୀ ସିଂ କହୁଛନ୍ତି ବାଦଲ ପଣ୍ଡା ମାରିଛନ୍ତି। କିନ୍ତୁ ଖୋଦ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଓ ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି। ଏସଟି କମିଶନ, ମହିଳା କମିଶନ ଓ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହେବ ବିଜେଡି। ଏସଟି ଏସଟି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉ। ବାଛ ବିଚାର ନ କରି ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ବାଦଲ ବିଜେପିର ସଦସ୍ୟ ବୋଲି କଣ ଆଇନରୁ ଉର୍ଦ୍ଧ୍ବରେ କି? ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର।