ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର
ଖରା ତାତିରେ ଜଳୁଛି ରାଜଧାନୀ, ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ତତଲା ଖରାରୁ ନିସ୍ତାର ପାଇବା ପାଇଁ କିଏ କେମିତି ବିନ୍ଦୁ ସାଗର ଜଳର ସାହାରା ନେଉଛନ୍ତି l ଆଉ ଏହି ଡହ ଡହ ଖରାରେ ବିନ୍ଦୁ ସାଗର କୂଳରେ ଏକ ବିକଳ ଛବି ଆମର ଅନ୍ତର ଆତ୍ମାକୁ ବ୍ୟଥିତ କଲା l ବିନ୍ଦୁ ସାଗରକୁ ଲାଗି ଛୋଟିଆ ଶିବ ମନ୍ଦିରଟିଏ l ସେହି ମନ୍ଦିରର ଅଳ୍ପ ଦୂରରେ ଜଣେ ବୁଢା ଲୋକ ଏମିତି ଦୟନୀୟ ଅବସ୍ଥାରେ […] The post ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର appeared first on KNews Odisha.

ଖରା ତାତିରେ ଜଳୁଛି ରାଜଧାନୀ, ସମସ୍ତେ ତ୍ରାହି ତ୍ରାହି ଡାକିଲେଣି ତତଲା ଖରାରୁ ନିସ୍ତାର ପାଇବା ପାଇଁ କିଏ କେମିତି ବିନ୍ଦୁ ସାଗର ଜଳର ସାହାରା ନେଉଛନ୍ତି l ଆଉ ଏହି ଡହ ଡହ ଖରାରେ ବିନ୍ଦୁ ସାଗର କୂଳରେ ଏକ ବିକଳ ଛବି ଆମର ଅନ୍ତର ଆତ୍ମାକୁ ବ୍ୟଥିତ କଲା l ବିନ୍ଦୁ ସାଗରକୁ ଲାଗି ଛୋଟିଆ ଶିବ ମନ୍ଦିରଟିଏ l ସେହି ମନ୍ଦିରର ଅଳ୍ପ ଦୂରରେ ଜଣେ ବୁଢା ଲୋକ ଏମିତି ଦୟନୀୟ ଅବସ୍ଥାରେ ଖରାକୁ ସମ୍ଭାଳି ବସିଛନ୍ତି l
ଏ ଦୃଶ୍ୟ ଦେଖିଲେ ଦୁଃଖରେ ଭାଙ୍ଗି ପଡିବା ଭଳି ଲାଗିବ l ଭଙ୍ଗା ସାଇକେଲ ଖଣ୍ଡେ ରାସ୍ତା କଡରେ ଥୁଆ ହୋଇଛି l ସାଇକେଲ ର କିଛି ଅଂଶ ଜଙ୍କ ଲାଗି ଯାଇଛି l ତା ଉପରେ ଖଣ୍ଡେ ପ୍ଲାଷ୍ଟିକ ଜରିପାଲ କାଟି ପକା ଯାଇଛି l ତା ସହିତ ସେହି ଜରିପାଲ ନ ଉଡିବା ପାଇଁ ତା ଉପରେ ପଥର ଦୁଇଟି ରଖା ହୋଇଛି l ଅନ୍ୟ ପାର୍ଶ୍ୱ ରେ ଛତାଟିଏ ରଖା ହୋଇଛି l ତଳେ ଖଣ୍ଡେ ପ୍ଲାଷ୍ଟିକ ଜରି ବସ୍ତା ପକାଇ ତା ଉପରେ ବସିଛନ୍ତି ଜଣେ ବୟସ୍କ ବୁଢା ମଉସା l ସାମ୍ନାରେ ରଖା ହୋଇଛି କିଛି କଦଳୀ ପତ୍ର l ଭିତରେ ଗୋଟିଏ ସବୁଜ ରଙ୍ଗ ବୋତଲ ପାଣି ରଖା ହୋଇଛି l ସେହି ବୋତଲ ପାଣିକୁ ଖରା ତାତିରୁ ଟିକିଏ ଆଶ୍ବସ୍ତି ପାଇଁ ମୁଣ୍ଡରେ ଟିକେ ଟିକେ ପାଣି ମାରୁଥାନ୍ତି l ସବୁଠାରୁ ଦୁଃଖ ଆଉ ପରିତାପର ବିଷୟ ଯେ ବୁଢା ମଉସାଙ୍କର ଗୋଟିଏ ଆଖି ଅଛି ଅନ୍ୟ ଆଖିଟି ବନ୍ଦ ଦେଖା ଯାଉନି ସେ ଆଖିକୁ l
ଏତେ ବଡ଼ ଟାଣ ଖରାରେ ସାହାରା ବୋଲି କିଛି ନାହିଁ l ସେହି ଖରାରେ ସମସ୍ତେ ଛଟପଟ କେହି ବାହାରକୁ ବାହାରିବାକୁ ସାହାସ କରୁନାହାନ୍ତି ହେଲେ ମଉସା ବସିଛନ୍ତି ତଳ ଉପର ଉଭୟ ତାତିରେ ବସି ବୁଢା ଜଣେ କଦଳୀ ପତ୍ର ବିକ୍ରୀ କରୁଛନ୍ତି l ଆମେ ଟିକେ ପାଖକୁ ଯାଇ ପଚାରିଲୁ ଏତେ ବଡ଼ ଟାଣ ଖରାରେ କାହିଁକି ବସି ଛନ୍ତି l ଟିକେ ଛାୟିରେ ବସୁ ନାହାନ୍ତି l ବୁଢ଼ା ମଉସା କହିଲେ ଏଠାରେ ବସି କଦଳୀ ପତ୍ର ବିକ୍ରୀ କରିବା ୩୫ ବର୍ଷ ହୋଇଗଲା l ୫୦ ପଇସାରୁ ବର୍ତ୍ତମାନ ୩/୪ ଟଙ୍କାରେ ପହଞ୍ଚିଲାଣି l ମଉସାଙ୍କ ନାଁ ହେଉଛି ସୁରେନ୍ଦ୍ର l ଭୁବନେଶ୍ୱରକୁ ଯିଏ ଅତି ନିକଟରୁ ଦେଖିଛନ୍ତି l
ସେତେବେଳେ ଏତେ ଲୋକ ସଂଖ୍ୟା ନଥିଲା l ତଥାପି ବହୁତ ବିକ୍ରୀ ହେଉଥିଲା l ହେଲେ ସେତେବେଳେ ରୋଜଗାର କମ୍ ଥିଲା କିନ୍ତୁ ଏବେ ରୋଜଗାର ହେଉଛି ସତ କିନ୍ତୁ ସବୁ ଜିନିଷ ଦରଦାମ୍ ଅଧିକ l ପରିବାରକୁ ନେଇ ଆଜି ଯାଏ କଷ୍ଟରେ ଚାଲିଛି l ତେଣୁ ପେଟ ଜ୍ୱାଳାଠାରୁ ଖରା ତାତି କମ୍ l ଦୁଇଟି ଝିଅ ଅଛନ୍ତି ବାହା ହେବାପାଇଁ ଏତେ ବଡ଼ ପରିବାରର ବୋଝ ଆଗରେ ଖରା ତାତି ଫିକା ଲାଗେ l ଏ ୪୫% ତାତି ତାଙ୍କୁ ଡରାଇପାରୁନି । ଯେତେ ଯାହା ହେଉ ଏ ଦୁଃଖ କେହି ଦୁରେଇ ପାରିବେ ନାହିଁ l ଆଜି ଏହି ଦୟନୀୟ ପରିସ୍ଥିତିର ବିକଳ ଚିତ୍ର ଦେଖିବାକୁ ମିଳିଛି । ସମସ୍ତଙ୍କୁ ଅନେକ ପ୍ରଶ୍ନ କରୁଛି l ସତରେ ଏମାନଙ୍କର ଦୁଃଖ କେବେ ଦୂର ହେବ l
The post ଡରାଇ ପାରୁନି ତାତି, ୩୫ ବର୍ଷ ହେଲା କଦଳୀ ପତ୍ର ବଞ୍ଚାଇଛି ପରିବାର appeared first on KNews Odisha.