ଡରାଇଲାଣି ତାତି, ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ
ଭୁବନେଶ୍ୱର,୨୪।୩(ଅନିଲ ଦାସ): କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗତ ୨୦ ତାରିଖରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୧ରୁ ୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବା ବେଳେ ଗତ ୩ ଦିନ ମଧ୍ୟରେ ଏହା ୧୦ରୁ ୧୨ ଡିଗ୍ରୀ ସେଲସିୟସ ବଢ଼ି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶନିବାର ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୬.୧ ଡିଗ୍ରୀ ରହିଛି। […] The post ଡରାଇଲାଣି ତାତି, ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ appeared first on Dharitri Odia News.
ଭୁବନେଶ୍ୱର,୨୪।୩(ଅନିଲ ଦାସ): କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗତ ୨୦ ତାରିଖରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୧ରୁ ୨୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବା ବେଳେ ଗତ ୩ ଦିନ ମଧ୍ୟରେ ଏହା ୧୦ରୁ ୧୨ ଡିଗ୍ରୀ ସେଲସିୟସ ବଢ଼ି ଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଶନିବାର ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୬.୧ ଡିଗ୍ରୀ ରହିଛି। ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରିବା ଆରମ୍ଭ କଲାଣି। ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପାରଦ ୪୦ରୁ ୪୨ ଡିଗ୍ରୀ ଯାଏ ଛୁଇଁବା ସମ୍ଭାବନା ରହିଛି। ତେବେ ୨୫ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ ।
The post ଡରାଇଲାଣି ତାତି, ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ପାରଦ appeared first on Dharitri Odia News.