ଡରାଇଲାଣି ତାତି, ୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି

ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ […]

ଡରାଇଲାଣି ତାତି, ୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ଵର ତାତି

ଭୁବନେଶ୍ଵର: ଦିନକୁ ଦିନ ଉପରମୁହାଁ ହେଲାଣି ପାରଦ । ଚଳିତବର୍ଷ ପ୍ରଥମଥର ପାଇଁ ଭୁବନେଶ୍ଵର ତାତି ୩୫ ଡିଗ୍ରୀ ଟପିଛି । ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ସର୍ବାଧିକ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି । ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏ ଗ୍ରୀଷ୍ମଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏହାର ପ୍ରତିଫଳନ ଏବେଠାରୁ ଦିଶିଲାଣି ।

ସୂଚନାଯୋଗ୍ୟ, ଗତକାଲି ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିଲା ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିଅସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ପାରଦ ମଧ୍ୟ ୩୮ ଡିଗ୍ରୀ ଛୁଇଁଛି । ଏଥିସହ ୧୧ଟି ସହରରେ ୩୭ ଟିପିଛି ପାରଦ ।