ଡା. ଶିତିକଣ୍ଠ ଦାଶଙ୍କୁ ବିଜୁରତ୍ନ ସମ୍ମାନ

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ଶିତିକଣ୍ଠ ଦାଶଙ୍କୁ ନିକଟରେ ବିଜୁରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଦୀର୍ଘଦିନର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦି ଇଣ୍ଟରିଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ-୨୦୨୪ ଉତ୍ସବ ନିକଟରେ […] The post ଡା. ଶିତିକଣ୍ଠ ଦାଶଙ୍କୁ ବିଜୁରତ୍ନ ସମ୍ମାନ appeared first on Dharitri Odia News.

ଡା. ଶିତିକଣ୍ଠ ଦାଶଙ୍କୁ ବିଜୁରତ୍ନ ସମ୍ମାନ

ଭୁବନେଶ୍ୱର,୭।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ର ଅଧ୍ୟକ୍ଷ ଡା. ଶିତିକଣ୍ଠ ଦାଶଙ୍କୁ ନିକଟରେ ବିଜୁରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଦୀର୍ଘଦିନର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦି ଇଣ୍ଟରିଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ-୨୦୨୪ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ ଉଦ୍‌ଘାଟକ ଭାବେ ଯୋଗଦେଇଥିବା ବେଳେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି. ଭି. ଯାଦବ, ଓଟିଡିସି ଚେୟାରମ୍ୟାନ୍‌ ଲେନିନ୍‌ ମହାନ୍ତି, ବିଧାୟକ ସୁରେଶ କୁମାର ରାଉତରାୟ, ଓରେରା ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ, ଏସ୍‌ବିଆଇର ସିଜିଏମ୍‌ ଦିନେଶ ପୃଥୀ, ଟିପି ମାଇନ୍ସର ମୁଖ୍ୟ ତାରିଣୀ ପ୍ରସାଦ ମହାନ୍ତିଙ୍କ ସମେତ ଆଇଟି ମିଡିଆ ନେଟ୍‌ୱର୍କର ଅଧ୍ୟକ୍ଷ ଶୁବାଶିଷ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏପରିକି ମୁଖ୍ୟବକ୍ତା ଭାବେ ଓମ୍‌କାର ମହାନ୍ତି ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ। ସେହିଭଳି କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମୂହ ସମ୍ପାଦକ ଦିବ୍ୟଜିତ୍‌ ସାହୁ ସ୍ବାଗତ ଭାଷଣ ରଖିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏପରିକି ପ୍ରାରମ୍ଭିକ ଅଧିବେଶନପରେ ଡା. ବି. କେ. ଦାସ (ଡିଜି, ଇସିଏସ୍‌, ଡିଆର୍‌ଡିଓ), ପ୍ରଫେସର୍‌ ମାଧବାନନ୍ଦ କର (ନିର୍ଦ୍ଦେଶକ ଏଆଇଏମ୍ସ, ମଙ୍ଗଳଗିରି), ଡା. ଶିତିକଣ୍ଠ ଦାଶ(ପରିଚାଳନା ନିର୍ଦ୍ଦେଶକ, କଳିଙ୍ଗ ହସ୍ପିଟାଲ), କାର୍ତ୍ତିକେଶ୍ୱର ପାତ୍ର (ଅଧ୍ୟକ୍ଷ, ଜିସିଏମ୍ପିଲ୍‌), ଶିବପ୍ରସାଦ ମହାନ୍ତି (ମୁଖ୍ୟ ନିର୍ଦ୍ଦେଶକ, ଏଚ୍ୟୁଆର୍‌ଏଲ୍‌) ଙ୍କୁ ସମ୍ମାନଜନକ ବିଜୁରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅପରପକ୍ଷରେ ସୁନୀଲ କାୟଲ୍‌(ପରିଚାଳନା ନିର୍ଦ୍ଦେଶକ, ରାଉରକେଲା ଚାମ୍ବର ଅଫ୍‌ ଇଣ୍ଡଷ୍ଟ୍ରିଜ୍‌), ଏସ୍‌. ବି. ଗୁପ୍ତା (ପରିଚାଳନା ନିର୍ଦ୍ଦେଶକ, ଆର୍‌ ବି କନ୍‌ଷ୍ଟ୍ରକ୍ସନ)ଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲାବେଳେ ବାଣିଜ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୩୪ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ-୨୦୨୪’ ପ୍ରଦାନ କରାଯାଇଥିଲା।

The post ଡା. ଶିତିକଣ୍ଠ ଦାଶଙ୍କୁ ବିଜୁରତ୍ନ ସମ୍ମାନ appeared first on Dharitri Odia News.