ଡାକ୍ତରୀ ଛାତ୍ରୀ ଲିନ୍ସାଙ୍କୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, କହିଲେ ସଂଘର୍ଷର ଶିଡ଼ି ଚଢ଼ି…

ଦାରିଙ୍ଗବାଡ଼,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଡାକ୍ତରୀ ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭୁବନେଶ୍ୱରରେ ଦେଖା କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଏନେଇ ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭେଟି ଖୁସି ହେଲି। ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ଶିଡ଼ି ଚଢ଼ି ବିନା କୌଣସି ପ୍ରାଇଭେଟ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟ୍ୟୁବ୍‌ ମାଧ୍ୟମରେ ପାଠ ପଢ଼ି […] The post ଡାକ୍ତରୀ ଛାତ୍ରୀ ଲିନ୍ସାଙ୍କୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, କହିଲେ ସଂଘର୍ଷର ଶିଡ଼ି ଚଢ଼ି… appeared first on Dharitri Odia News.

ଡାକ୍ତରୀ ଛାତ୍ରୀ ଲିନ୍ସାଙ୍କୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, କହିଲେ ସଂଘର୍ଷର ଶିଡ଼ି ଚଢ଼ି…

ଦାରିଙ୍ଗବାଡ଼,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଡାକ୍ତରୀ ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭୁବନେଶ୍ୱରରେ ଦେଖା କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଏନେଇ ସାମାଜିକ ଗଣମାଧ୍ୟମରେ ଦର୍ଶାଇଛନ୍ତି ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନଙ୍କୁ ଭେଟି ଖୁସି ହେଲି। ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ଶିଡ଼ି ଚଢ଼ି ବିନା କୌଣସି ପ୍ରାଇଭେଟ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟ୍ୟୁବ୍‌ ମାଧ୍ୟମରେ ପାଠ ପଢ଼ି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ, ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି। ଆଗାମୀ ଦିନରେ ବ୍ରହ୍ମପୁର ଏମ୍‌କେସିଜିରେ ଡାକ୍ତରୀ ପାଠ ପଢ଼ିବାକୁ ଯାଉଥିବା ଲିନ୍ସାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେଉ ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା ବୋଲି ନିଜ ଭାବନା ଜଣାଇଛନ୍ତି। ଲିନ୍ସାଙ୍କ ସହ ତାଙ୍କ ଭାଇ ଆଶିଷ ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ।

The post ଡାକ୍ତରୀ ଛାତ୍ରୀ ଲିନ୍ସାଙ୍କୁ ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ, କହିଲେ ସଂଘର୍ଷର ଶିଡ଼ି ଚଢ଼ି… appeared first on Dharitri Odia News.