ଡିଏସ୍ପି ଏମ୍ଏଫ୍ର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୧୭।୮: ଡିଏସ୍ପି ମ୍ୟୁଚୁଆଲ ଫଣ୍ଡ (ଏମ୍ଏଫ୍) ବା ଡିଏସ୍ବି ଏମ୍ଏଫ୍ର ନୂତନ ଉତ୍ପାଦ ‘ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଭାରତର ପ୍ରଥମ ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍ ପ୍ରଚଳନ କରିଛି,ଯାହା ଶୀର୍ଷସ୍ତରର ୧୦ଟି ଭାରତୀୟ କମ୍ପାନୀ ନିଫ୍ଟିରେ ଫ୍ରି ଫ୍ଲୋଟ୍ ମାର୍କେଟ କ୍ୟାପିଟାଲାଇଜେଶନ ଦ୍ୱାରା ସମାନ ଭାବେ ନିବେଶ କରୁଛି। ସେହିଭଳି ଡିଏସ୍ପି ନିଫ୍ଟି ଟପ୍ […] The post ଡିଏସ୍ପି ଏମ୍ଏଫ୍ର ନୂତନ ଉତ୍ପାଦ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୮: ଡିଏସ୍ପି ମ୍ୟୁଚୁଆଲ ଫଣ୍ଡ (ଏମ୍ଏଫ୍) ବା ଡିଏସ୍ବି ଏମ୍ଏଫ୍ର ନୂତନ ଉତ୍ପାଦ ‘ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଭାରତର ପ୍ରଥମ ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍ ପ୍ରଚଳନ କରିଛି,ଯାହା ଶୀର୍ଷସ୍ତରର ୧୦ଟି ଭାରତୀୟ କମ୍ପାନୀ ନିଫ୍ଟିରେ ଫ୍ରି ଫ୍ଲୋଟ୍ ମାର୍କେଟ କ୍ୟାପିଟାଲାଇଜେଶନ ଦ୍ୱାରା ସମାନ ଭାବେ ନିବେଶ କରୁଛି। ସେହିଭଳି ଡିଏସ୍ପି ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକ୍ସ ଫଣ୍ଡ ଏବଂ ଡିଏସ୍ପି ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଟିଏଫ୍ ପି-ଇ ଅନୁପାତ, ଇକ୍ୱିଟି ଉପରେ ରିଟର୍ନ ଏବଂ ଆସେଟ୍ ଅନୁପାତ ଉପରେ ରିଟର୍ନ ଆଦି ହିସାବ ଉପରେ ନିଫ୍ଟି ୫୦ ଏବଂ ନିଫ୍ଟି ୫୦୦ ତୁଳନାରେ ଶୀର୍ଷ ୧୦ଟି ଷ୍ଟକ୍ର ଅଧିକ ଭଲ ମୂଲ୍ୟାୟନ ଉପରେ ଦୃଷ୍ଟି ନିବଦ୍ଧ କରୁଛି। ଉଲ୍ଲେଖଯୋଗ୍ୟ, ଡିଏସ୍ପି ନିଫ୍ଟି ଟପ୍ ୧୦ ଇକ୍ୱାଲ ୱେଟ୍ ଇଣ୍ଡେକସ ଫଣ୍ଡ ଏବଂ ଡିଏସ୍ପି ନିଫ୍ଟି ଟପ୍୧୦ ଇକ୍ୱାଲ ୱେଟ୍ ଇଟିଏଫ୍ର ନୂତନ ଫଣ୍ଡ ଅଫର ସବ୍ସ୍କ୍ରିପ୍ସନ ୨୦୨୪ ଅଗଷ୍ଟ ୩୦ରେ ବନ୍ଦ ହେବ। ଏ ସମ୍ପର୍କରେ ଡିଏସ୍ପି ମ୍ୟୁଚୁଆଲ ଫଣ୍ଡର ସିଏଫ୍ଏ ଏବଂ ହେଡ୍ ପାସିଭ ଇନ୍ଭେଷ୍ଟମେଣ୍ଟ ଆଣ୍ଡ ପ୍ରଡକ୍ଟସ ଅନିଲ ଘେଲାନି କହିଛନ୍ତି, ଆମେ ସ୍ମଲ୍ ଓ ମିଡ୍କ୍ୟାପ ଷ୍ଟକ୍ଗୁଡିକ ପ୍ରତି ଆଗ୍ରହ ସ୍ତର ବୃଦ୍ଧି ଲକ୍ଷ୍ୟ କରୁଥିବାବେଳେ ଅତି ବୃହତ୍ ଏବଂ ମେଗା କ୍ୟାପ୍ ଷ୍ଟକ୍ଗୁଡିକ ତୁଳନାମତ୍କ ଭାବରେ ଅଧିକ ଆକର୍ଷଣୀୟ ମୂଲ୍ୟାୟନରେ କାରବାର ହେଉଥିବା ଦେଖିବାକୁ ମିଳୁଛି।
The post ଡିଏସ୍ପି ଏମ୍ଏଫ୍ର ନୂତନ ଉତ୍ପାଦ appeared first on Dharitri Odia News.