ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା…
ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ହେଲିକପ୍ଟର ଯୋଗେ ଖୁରାନିଆ ଚିତ୍ରକୋଣ୍ଡା ବ୍ଲକ୍ ସ୍ବାଭିମାନ ଅଞ୍ଚଳ ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ଯବାନମାନଙ୍କ ସହ ମାଓବାଦୀ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଏହାସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ମାଓବାଦୀ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲା ସଦରରେ […] The post ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା… appeared first on Dharitri Odia News.
ମାଲକାନଗିରି,୭ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଗସ୍ତରେ ପୋଲିସ ଡିଜି ୱାଇ.ବି. ଖୁରାନିଆ ଗୁରୁବାର ଆସି ମାଓବାଦୀ ସମସ୍ୟା ଓ ବିଭିନ୍ନ ବିଷୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଥିଲେ। ହେଲିକପ୍ଟର ଯୋଗେ ଖୁରାନିଆ ଚିତ୍ରକୋଣ୍ଡା ବ୍ଲକ୍ ସ୍ବାଭିମାନ ଅଞ୍ଚଳ ଗୋରାସେତୁ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ।
ସେଠାରେ ଯବାନମାନଙ୍କ ସହ ମାଓବାଦୀ ଦମନକୁ ନେଇ ଆଲୋଚନା କରି ସେମାନଙ୍କ ମନୋବଳ ବଢ଼ାଇଥିଲେ। ଏହାସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ମାଓବାଦୀ ସମସ୍ୟା ନେଇ ଆଲୋଚନା କରିଥିଲେ। ପରେ ମାଲକାନଗିରି ଜିଲା ସଦରରେ ଥିବା ଏମ୍ଭି ୩ ସ୍ଥିତ ବିଏସ୍ଏଫ୍ କ୍ୟାମ୍ପରେ ପହଞ୍ଚି ବିଏସ୍ଏଫ୍ ଆଇଜି ସି.ଡି. ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନାକରି ଜିଲା ପୋଲିସ କାର୍ଯ୍ୟାଳୟରେ ବିଏସ୍ଏଫ୍ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ସହ ମାଓବାଦୀ ଦମନ ରଣନୀତି ସମ୍ପର୍କରେ ସମୀକ୍ଷା କରିଥିଲେ।
ସ୍ଥାନୀୟ ଅଞ୍ଚଳରେ ଯାହା ସମସ୍ୟା ଅଛି ତାକୁ ସମାଧାନ କରାଯିବା ସହ ଗୃହ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ ୨୦୨୬ ସୁଦ୍ଧା ରାଜ୍ୟକୁ କିପରି ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ କରାଯିବ ସେ ନେଇ ଆଗକୁ ରଣନୀତି ପ୍ରସ୍ତୁତକରି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ମାଓବାଦୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଗଞ୍ଜେଇ ଚାଷ ହେଉଥିଲା। ଏବେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ମଧ୍ୟ କମିଛି।
୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲାରୁ ମାଓବାଦୀ ନିପାତ ହେବା ସହ ବେଆଇନ ଗଞ୍ଜେଇ ଚାଷକୁ ରୋକାଯିବ ବୋଲି ସେ କହିଛନ୍ତି। ତେବେ ଜିଲାରୁ ବିଏସ୍ଏଫ୍ ଯବାନଙ୍କୁ ସ୍ଥାନାନ୍ତର ବିଷୟରେ ସେ କହିଛନ୍ତି, ସ୍ବାଭିମାନ ଅଞ୍ଚଳରେ ଯେଉଁ ଶାନ୍ତି ଫେରି ଆସିଛି ତାହା ସବୁବେଳେ ରହିବା ପାଇଁ ଆମର ପ୍ରୟାସ ରହିବ। ଏହି ଅଞ୍ଚଳରେ ସୁରକ୍ଷା ବଳର ସ୍ବତନ୍ତ୍ର କ୍ୟାମ୍ପ ରହିବ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ବୋଲି ଖୁରାନିଆ ଲୋକଙ୍କୁ ଅପିଲ କରିଥିଲେ। ତେବେ ଡିଜିପିଙ୍କ ଏହି ଗସ୍ତ ସମୟରେ ଡିଆଇଜି ଅପରେଶନ ଅଖିଳେଶ୍ୱର ସିଂ, ଡିଆଇଜି ଏସ୍ଆଇଡବ୍ଲ୍ୟୁ କେ.ଭି.ସିଂ, କୋରାପୁଟ ଏସ୍ପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସ୍ପି ତପନ ନାରାୟଣ ରଥ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
The post ଡିଜି ଦେଲେ ବଡ଼ ପ୍ରତିଶ୍ରୁତି: ୨୦୨୬ ମାର୍ଚ୍ଚ ସୁଦ୍ଧା… appeared first on Dharitri Odia News.