ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି ଜଣାଇଛନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷ ଭୋଜ ଗୁରୁବାର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ […] The post ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ appeared first on Dharitri Odia News.

ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ

ଦେବଗଡ଼,୨୩ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ନିମନ୍ତେ ଦେବଗଡ଼ ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି ଜଣାଇଛନ୍ତି। ଭାରପ୍ରାପ୍ତ ଅଧ୍ୟକ୍ଷ ଭୋଜ ଗୁରୁବାର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ତଥା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏ ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଶିକ୍ଷା ହାସଲ ନିମନ୍ତେ ଆବଶ୍ୟକ ପୁସ୍ତକ କ୍ରୟ ପାଇଁ ଏଠାକାର ଶିକ୍ଷାର୍ଥୀଙ୍କର ସମ୍ବଳର ଅଭାବ ରହିଥିବାରୁ ଦେବଗଡ଼ ପୌରାଞ୍ଚଳରେ ଏକ ଡିଜିଟାଲ ଲାଇବ୍ରେରୀ ସ୍ଥାପନ କଲେ ଶିକ୍ଷା ହାସଲ ସହିତ ବିଭିନ୍ନ ପରୀକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ଶିକ୍ଷାର୍ଥୀମାନେ ସଠିକ୍‌ ଭାବେ ପ୍ରସ୍ତୁତ ହୋଇ ସଫଳତା ଲାଭ କରିପାରବେ ବୋଲି ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି।

The post ଡିଜିଟାଲ ଲାଇବ୍ରେରୀ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଦାବି ଜଣାଇଲେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ appeared first on Dharitri Odia News.