ଡିଟେନସନ ସେଣ୍ଟରରେ ବନ୍ଦୀ ୧୭ ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସାମ୍‌ର ଡିଟେନ୍‌ସନ ସେଣ୍ଟରରେ ଥିବା ୧୭ ଜଣ ବିଦେଶୀ ନାଗରିକଙ୍କୁ ନିଜ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଦର୍ଶାଇ କୋର୍ଟ ଗୁରୁବାର ଏପରି ନିର୍ଦ୍ଦେଶ ଦେଇଛନ୍ତି।  ଗୁରୁବାର ଅଶୋକ ଏସ୍ ଓକା ଓ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସାମ ଆଇନ ସେବା ପ୍ରାଧିକରଣ ଦ୍ୱାରା ବନ୍ଦୀ ଥିବା ୧୭ ବିଦେଶୀ ନାଗରିକଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ସେମାନେ ଆସାମର ଡିଟେସନ୍‌ର ସେଣ୍ଟରରେ ଥିବା କୁହାଯାଇଥିଲା। ଯେହେତୁ ବିଦେଶୀ ନାଗରିକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ, ତେଣୁ କେନ୍ଦ୍ର ସରକାର ୧୭ ବିଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି। ପଢ଼ନ୍ତୁ- ଇଡିର କ୍ଷମତାକୁ ସଂକୁଚିତ କଲେ ସୁପ୍ରିମକୋର୍ଟ, ମନଇଚ୍ଛା ଅଭିଯୁକ୍ତକୁ ଗିରଫ କରିପାରିବନିଏନେଇ ଏପ୍ରିଲରେ ସୁପ୍ରିମକୋର୍ଟ ବିଦେଶୀ ନାଗରିକଙ୍କ ବିଷୟରେ ତଦନ୍ତ କରିଥିଲେ। ଦୁଇ ବର୍ଷରୁ ଅଧିକ ସମୟ ଧରି ଡିଟେନ୍‌ସନ ସେଣ୍ଟରରେ ବନ୍ଦୀ ଥିବା ବିଦେଶୀ ନାଗରିକଙ୍କ ବିଷୟରେ ଆସାମ ରାଜ୍ୟ ଆଇନ ସେବା ପ୍ରାଧିକରଣରୁ ତଥ୍ୟ ମାଗିଥିଲେ। ଏହାପରେଏକ ଟିମ ଗଠନ କରି ନଜରବନ୍ଦୀ ଥିବା ବିଦେଶୀ ନାଗରିକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଏମାନଙ୍କୁ ଛାଡ଼ିଦେବାକୁ ସୁପ୍ରିମକୋର୍ଟର

ଡିଟେନସନ ସେଣ୍ଟରରେ ବନ୍ଦୀ ୧୭ ବିଦେଶୀ ନାଗରିକଙ୍କୁ ସ୍ୱଦେଶ ପଠାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସାମ୍‌ର ଡିଟେନ୍‌ସନ ସେଣ୍ଟରରେ ଥିବା ୧୭ ଜଣ ବିଦେଶୀ ନାଗରିକଙ୍କୁ ନିଜ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଦର୍ଶାଇ କୋର୍ଟ ଗୁରୁବାର ଏପରି ନିର୍ଦ୍ଦେଶ ଦେଇଛନ୍ତି।  

ଗୁରୁବାର ଅଶୋକ ଏସ୍ ଓକା ଓ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆସାମ ଆଇନ ସେବା ପ୍ରାଧିକରଣ ଦ୍ୱାରା ବନ୍ଦୀ ଥିବା ୧୭ ବିଦେଶୀ ନାଗରିକଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ସେମାନେ ଆସାମର ଡିଟେସନ୍‌ର ସେଣ୍ଟରରେ ଥିବା କୁହାଯାଇଥିଲା। ଯେହେତୁ ବିଦେଶୀ ନାଗରିକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ, ତେଣୁ କେନ୍ଦ୍ର ସରକାର ୧୭ ବିଦେଶୀ ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି। 

ପଢ଼ନ୍ତୁ- ଇଡିର କ୍ଷମତାକୁ ସଂକୁଚିତ କଲେ ସୁପ୍ରିମକୋର୍ଟ, ମନଇଚ୍ଛା ଅଭିଯୁକ୍ତକୁ ଗିରଫ କରିପାରିବନି

ଏନେଇ ଏପ୍ରିଲରେ ସୁପ୍ରିମକୋର୍ଟ ବିଦେଶୀ ନାଗରିକଙ୍କ ବିଷୟରେ ତଦନ୍ତ କରିଥିଲେ। ଦୁଇ ବର୍ଷରୁ ଅଧିକ ସମୟ ଧରି ଡିଟେନ୍‌ସନ ସେଣ୍ଟରରେ ବନ୍ଦୀ ଥିବା ବିଦେଶୀ ନାଗରିକଙ୍କ ବିଷୟରେ ଆସାମ ରାଜ୍ୟ ଆଇନ ସେବା ପ୍ରାଧିକରଣରୁ ତଥ୍ୟ ମାଗିଥିଲେ। ଏହାପରେ

ଏକ ଟିମ ଗଠନ କରି ନଜରବନ୍ଦୀ ଥିବା ବିଦେଶୀ ନାଗରିକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏମାନଙ୍କୁ ଛାଡ଼ିଦେବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଗୁରୁବାର କୋର୍ଟ ଏହାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।